ବାଲେଶ୍ୱର : ସହରର ପାନୀୟ ଜଳ ପରିମଳ ବ୍ୟବସ୍ଥା ଓ ନକଲି ସଫେଇ କର୍ମଚାରୀଙ୍କ ଗୁମର ଖୋଲିଲା ବିଜେପି
- ୧୦ ଦିନ ମଧ୍ୟରେ ନୂତନ ସଫେଇ ଟେଣ୍ଡର ଆଗତ ନହେଲେ ଆନ୍ଦୋଳନ : ମାନସ ଦତ୍ତ
ବାଲେଶ୍ୱର : ବାଲେଶ୍ୱର ସଦର ବିଜେପି କାର୍ଯ୍ୟାଳୟରେ ସହରର ବିବିଧ ସମସ୍ୟାକୁ ନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଦର ନେତା ଶ୍ରୀ ଦତ୍ତ ପାଞ୍ଚ ଦଫା ଦାବୀକୁ ନେଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ । ଦୀର୍ଘ ବର୍ଷ ଧରି ଶାସକ ଦଳର ନେତାମାନେ ବାଲେଶ୍ୱର ପୌରପାଳିକାରେ ରହିବା ସତ୍ତ୍ୱେ ସହରର ସର୍ବାଙ୍ଗୀନ ବିକାଶ କରିବାକୁ ବିଫଳ ହୋଇଛନ୍ତି ।
ବାଲେଶ୍ୱର ସହରରେ ଅସରାୟ ବର୍ଷାରେ କୃତିମ ବନ୍ୟା, ସଫେଇ ସମସ୍ୟା, ପାନୀୟ ଜଳ ସମସ୍ୟା, ଡ୍ରେନେଜ ସମସ୍ୟା, ରାସ୍ତା ଘାଟ ସମସ୍ୟାରେ ସହରବାସୀ ହନ୍ତସନ୍ତ ହେଉଛନ୍ତି ବୋଲି ଦର୍ଶାଇ ମାନସ ଦତ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ସହରର ଗଳିକନ୍ଦିରେ କୁଢକୁଢ ଅଳିଆ ଗଦା ହୋଇଥିବା ବେଳେ ପୌରପାଳିକାର ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଗତ ଫେବୃୟାରୀ ମାସ ୨୦୨୧ ଠାରୁ ସହରର ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାର ଅବଧି ଶେଷ ହୋଇଥିବା ବେଳେ କାହା ସ୍ୱାର୍ଥରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାସକୁ ମାସ ଏଗ୍ରିମେଣ୍ଟ କରିଚାଲିଛନ୍ତି । ସହରରେ ଘରକୁ ଘର ଅଳିଆ ଆଖିଦୃଶିଆ ଭାବେ କଲେକ୍ସନ ହେଉ ନଥିବାବେଳେ ଠିକାସଂସ୍ଥାକୁ ବାରମ୍ବାର ଅନୁକମ୍ପା କେଉଁ ଉଦ୍ଦେଶ୍ୟରେ ଦିଆଯାଉଛି ବୋଲି ପ୍ରଶ୍ନ କରିବା ସହ ଉତ୍ତମ ପରିବେଶ ପାଇଁ ତୁରନ୍ତ ପୌରପାଳିକା ସଫେଇ ଟେଣ୍ଡର ଆଗତ କରି ଅଧିକରୁ ଅଧିକ କର୍ମଚାରୀ ଲଗେଇ ଦୁଇବେଳା ସହରର ସ୍ୱଚ୍ଛତା ପାଇଁ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି । ଅଣ ସଫେଇ କର୍ମଚାରୀଙ୍କୁ ସଫେଇ କର୍ମଚାରୀ ଭାବେ ଦର୍ଶାଇ ଫଲସ୍ ବିଲ ଉଠାଇବା, ଋଚୠ, ଋଝଓଉ ନାମରେ ଘୋଟାଲା କରାଯିବା ଏବଂ ମହାନାଳ ଗୁଡିକୁ ଛାଡି ଅନ୍ୟ ସମସ୍ତ ନାଳ ସଫେଇ କରିବା ପାଇଁ ଚୁକ୍ତି ହେଇଥିଲେ ମଧ୍ୟ ପୌରପାଳିକା ଟଡଋଓ ଯୋଜନାରେ ପୁନର୍ବାର ଉକ୍ତ ନାଳ ଗୁଡିକୁ ସଫା କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିବା ସିଧାସଳଖ ଜନତାଙ୍କ ଟଙ୍କାକୁ ହରିଲୁଟ କରିବା ସହ ସମାନ । ଗୋଟିଏ ନାଳ ସଫା ପାଇଁ ଦୁଇଦୁଇ ଥର ଟେଣ୍ଡର କରାଯିବା କେଉଁ ପ୍ରକାର ବିଧାନ? ଟଡଋଓ ଯୋଜନାରେ କାନ୍ଥଲିଖନ ହେଉ ବା ନାଳ ସଫେଇ ସବୁଥିରେ ବ୍ୟାପକ ଅର୍ଥ ହରିଲୁଟର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଶ୍ରୀ ଦତ୍ତ ମତ ପ୍ରକାଶ କରିଛନ୍ତି । ‘ଅମୃତ ଯୋଜନା\’ରେ ଘରକୁ ଘର ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ପଠେଇଥିବା ସ୍ଥଳେ ଆଜି ସହରର ଅଧିକାଂଶ ୱାର୍ଡରେ ଗୋଳିଆ ପାଣି ଆସୁଛି,ଏବାବଦରେ ପୌରପାଳିକା ଏବଂ ଜନସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପରେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ । ଅପରପକ୍ଷରେ ଗତ କିଛିଦିନ ତଳେ ଗୋପାଳଗାଁ ସ୍ଥିତ ତଳସାହିରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଠିକ ସମୟରେ ନପହଞ୍ଚିବାରୁ ମହିଳାଙ୍କ ମୃତ୍ୟୁ ଘଟିଲା । ତେଣୁ ଉକ୍ତ ଅଞ୍ଚଳକୁ ତୁରନ୍ତ ରାସ୍ତା ନିର୍ମାଣ କରିବା ସହିତ ମରଣଯନ୍ତା ପାଲଟିଥିବା ମୁଖ୍ୟ ରାସ୍ତା ଟାଉନ ହଲ ଛକଠାରୁ ମଣ୍ଡଳ ବଜାର ଭାୟା ସୁଏଲପୁର ରାସ୍ତାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ଶ୍ରୀ ଦତ୍ତ ଦାବୀ କରିଛନ୍ତି ଏବଂ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଯଦି ୧୦ ଦିନ ଭିତରେ ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଠୋସ ପଦକ୍ଷେପ ନ ନିଏ ତାହେଲେ ସହରବାସୀଙ୍କ ସ୍ୱାର୍ଥ ପାଇଁ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ । ଏହି ସାମ୍ବାଦିକ ସମ୍ମିଳନୀରେ ଗଙ୍ଗାଧର ରାଉତ, ପୂର୍ବତନ କାଉନସିଲର ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବିବେକ ମହାନ୍ତି, ଚିତ୍ତରନ ପଣ୍ଡା, ଅରୁପ ଜେନା ଓ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ ।


