ପଦ୍ମପୁରରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ
କେନ୍ଦୁଝର : ପଦ୍ମପୁର ଲକ୍ଷ୍ମୀ ପଡ଼ିଆଠାରେ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ମଙ୍ଗଳବାର ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ତୃଣମୂଳସ୍ତରରେ ପହଂଚାଇ ଦଳ ସଙ୍ଗଠନକୁ କିଭଳି ଅଧିକ ଶକ୍ତିଶାଳୀ କରାଯିବ ସେ ନେଇ ସଦର ନିର୍ବାଚନମଣ୍ଡଳୀ ନେତାଙ୍କୁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ଜିଲା ବିଜେଡିର ବରିଷ୍ଠ ନେତା ଆଶିଷ ଚକ୍ରବର୍ତୀ, ବିଜେଡି ରାଜ୍ୟ ଯୁବ ଉପସଭାପତି ସୌମ୍ୟଶଙ୍କର ଚକ୍ର, ସଦର ବ୍ଲକ ସଭାପତି ଚକ୍ରଧର ପରିଡ଼ା, କେନ୍ଦୁଝର ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଝୁମ୍ପୁରା ବ୍ଲକ ସଭାପତି କଫିଲ ଆନସାରୀ, ଜିଲାପରିଷଦ ସଦସ୍ୟା ଲିଳାବତୀ ମହାନ୍ତ ଓ ସଦସ୍ୟ ରଥ ମୁଣ୍ଡା, ଜିଲାପରିଷଦ ସଦସ୍ୟା କ୍ଷୀରୋଦିନୀ ମହାକୁଡ, କେନ୍ଦୁଝର ପୌରପାଳିକାର ପୂର୍ବତନ ନଗରପାଳ ମୀନା ମାଝୀ, ଜିଲା ବିଜେଡି ଉପସଭାପତି ପ୍ରମୋଦ କୁମାର ପଟ୍ଟନାୟକ, ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭରତ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଦଳକୁ ଅଧିକ କ୍ରିୟାଶାୀଳ କରିବାକୁ ହେଲେ ନେତା ଓ କର୍ମୀଙ୍କ ମଧ୍ୟରେ ସୁମନ୍ୱୟର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗଦୀଶ ଆପଟ୍ଟ, ପ୍ରବୀଣ ବାରିକ, ବୁଦୁଲ ମହାକୁଡ, ସିଦ୍ଧେଶ୍ୱର ସାହୁ, ବିଘ୍ନରାଜ ସାହୁ, ହୃଦାନନ୍ଦ ପ୍ରଧାନ, ସତ୍ୟାନନ୍ଦ ସାହୁ, ଶ୍ରୀକର ମାଝୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।
