୩୦ ଜିଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ, ପ୍ରଣବଙ୍କୁ ୪ଟି ଜିଲାର ଦାୟିତ୍ଵ
ଭୁବନେଶ୍ୱର : ୩୦ ଜିଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୂଆ ଜିଲା ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଜିଲା ଦାୟିତ୍ବ ଦିଆଯାଇଛି। ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲା ଦାୟିତ୍ବରେ ରହିବେ ପ୍ରଣବ । ପୂର୍ବରୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ଦାୟିତ୍ବରେ ଥିଲେ ପ୍ରଣବ। ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୁଳ ବଦଳରେ ମୟୂରଭଞ୍ଜ ଦାୟିତ୍ବ ଦିଆଯାଇଛି। ସେହପିର ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି ।
ପର୍ଯ୍ୟବେକ୍ଷକଙ୍କ ସମ୍ପୂର୍ଣ୍ଣ ତାଲିକା …
ବାଲେଶ୍ୱର- ପ୍ରତାପ କେଶରୀ ଦେବ
ବରଗଡ଼- ସୁଧିର କୁମାର ସାମଲ
ଭଦ୍ରକ- ପ୍ରତାପ ଜେନା
ବଲାଙ୍ଗୀର- ସୁଶାନ୍ତ ସିଂହ
ଦେବଗଡ଼- ଅମରେଶ ଜେନା
କଟକ- ପ୍ରଫୁଳ ମଲ୍ଲୀକ
ଢେଙ୍କାନଳ- ପ୍ରଣବ ପ୍ରକାଶ ଦାସ
ଗଜପତି ଓ ରାୟଗଡ଼ା – ଅତନୁ ସବ୍ୟସାଚୀ ନାୟକ
ଜଗତସିଂହପୁର- ଅରୁଣ କୁମାର ସାହୁ
କନ୍ଧମାଳ- ବିଜୟ ନାୟକ
କେନ୍ଦ୍ରାପଡ଼ା- ପ୍ରମିଳା ମଲ୍ଳିକ
କେନ୍ଦୁଝର- ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ରବୀନ୍ଦ୍ର କୁମାର ଜେନା
କୋରାପୁଟ ଓ ମାଲକାନଗିରି – ଦିବ୍ୟଶଙ୍କର ମିଶ୍ର
ନବରଙ୍ଗପୁର- ଈଶ୍ବର ପାଣିଗ୍ରାହୀ
ନୟାଗଡ଼- ପଦ୍ମନାଭ ବେହେରା
ନୂଆପଡ଼ା- ସ୍ନେହାଙ୍ଗୀନି ଛୁରିଆ
ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ୱଲପୁର- ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ
କଳାହାଣ୍ଡି – ପ୍ରଣବ ବଳବନ୍ତ ରାୟ
ଗଞ୍ଜାମ- ପ୍ରଦୀପ କୁମାର ଅମାତ
ବୌଦ୍ଧ- ସୌଭାଗ୍ୟ ନାୟକ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା- ସାରଦା ପ୍ରସାଦ ନାୟକ
ମୟୂରଭଞ୍ଜ- ପ୍ରଶାନ୍ତ ମୁଦୁଲି
ସୁବର୍ଣ୍ଣପୁର- ଦେବଶ ଆଚାର୍ଯ୍ୟ

