ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ, କର୍ମୀଙ୍କ ସହ ଚାଲିଲେ ମୁଖ୍ୟମନ୍ତ୍ରୀ
ସରକାରଙ୍କ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ
ଭୁବନେଶ୍ୱର : ଆଜିଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜୁ ଜନତା ଦଳ । ମାସେ ବ୍ୟାପି ହେବାକୁ ଥିବା ଏହି ପଦଯାତ୍ରାର ଗୋଟିଏ ଉଦ୍ଦେଶ୍ୟ ଭୋଟରଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ୍ କରିବା ଓ ଲୋକଙ୍କ ନିକଟତର ହେବା। ଭୁବନେଶ୍ବରରେ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର କାରଗିଲ ପଡିଆରେ ଆୟୋଜିତ ଏକ ବିରାଟ ସମାବେଶରେ ଯୋଗ ଦେଇ ସେ ଯାତ୍ରା ଆରମ୍ଭ କରିଥିଲେ । ନିଜେ ମଧ୍ୟ ଦୁଇ ପାଦ ଚାଲି କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଏହି ପଦଯାତ୍ରାରେ ସମସ୍ତେ ସହଯୋଗ କରନ୍ତୁ । ମୁଖ୍ୟତଃ ୪ଟି ଦିଗକୁ ନେଇ ଦଳ ବେଶ୍ ଗୁରୁତ୍ବ ଦେଇଛି । ୨୦୨୪ ପୂର୍ଵରୁ ବିଜେଡିର କ୍ଷେତ୍ର ପ୍ରସ୍ତୁତ, ପ୍ରତିବର୍ଷ ତୁଳନାରେ ଏଥର ଜନ ସମ୍ପର୍କ ପଦଯାତ୍ରାକୁ ଅଧିକ ଗୁରୁତ୍ବ , ସଙ୍ଗଠନ ମଜଭୁତ କରିବା ପାଇଁ ପ୍ରୟାସ ଓ ସରକାରଙ୍କ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଅ ବୋଲି ଆହ୍ବାନ ଦିଆଯାଇଛି ।
ସେପଟେ, ଏହି ପଦଯାତ୍ରାକୁ ନେଇ ଦଳ ଖୁବ୍ ଉତ୍ସାହିତ ରହିଛି । କାରଣ ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଏପରି ପଦଯାତ୍ରା ଆୟୋଜନ କରାଯାଇଥାଏ । ହେଲେ ଚଳିତ ବର୍ଷର ପଦଯାତ୍ରା ଅନେକ ଗୁରରୁତ୍ବ ବହନ କରୁଛି । କାରଣ ସାଧାରଣ ନିର୍ବାଚନ ଆଗକୁ ରହିଥିବା ବେଳେ ପ୍ରମୁଖ ବିରୋଧୀ ଭାବେ ବିଜେପି କଡା ଟକ୍କର ଦେବାର ଆଶା କରାଯାଉଛି । କେନ୍ଦ୍ରୀୟ ନେତୃତ୍ବ ସହ ନେତା ଏବେ ଠାରୁ ଓଡିଶାରେ ଡେରା ପକାଇ ବିଭିନ୍ନ ସମସ୍ୟା ଓ ଭଷ୍ଟ୍ରାଚାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଣ ନିଶ୍ବାସ୍ବି କରିବା ପାଇଁ ଯୋଜନା କରିଛନ୍ତି ।
ବିଜେଡିର ସବୁ ଛୋଟବଡ ସମସ୍ୟାକୁ ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ପରିଣତ କରୁଛି । ଏପରି ସ୍ଥଳେ ଯଦି ଲୋକଙ୍କ ସହ ସମ୍ପର୍କ ଦୁର୍ବଳ ହେବ । ତାହା ହେଲେ ଭୋଟ ପ୍ରତିଶତ କମିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଦଳ ଏହାକୁ ଅତି ଗୁରୁତର ସହ ନେଇଛି । ବିଜେଡିର ବରିଷ୍ଠ ନେତା କହିଛନ୍ତି ଏହା ନିୟମିତ କାର୍ଯ୍ୟକ୍ରମ । ହେଲେ ବିରୋଧୀଙ୍କ ମତ , ଏହା ପଛରେ ରାଜନୀତି ରହୁଛି । ଯଦି ଅଭିଯୋଗ ଆସୁଛି ତାହେଲେ ଏହାକୁ ସ୍ବାଗତ କରୁଛୁ ବୋଲି ଦଳ କହିଛି । ପଦଯାତ୍ରାକୁ ନେଇ ଏବେ ବେଶ ଚର୍ଚ୍ଚା । କାରଣ ବିଜେପି ଓ କଂଗ୍ରେସ ନିଜ ଲୋକ ସମ୍ପର୍କ ବୃଦ୍ଧି କରିବା ପାଇଁ ଏହି ଯାତ୍ରାର ସାହାରା ନେଉଥିବା ବେଳେ ବିଜେଡି କିନ୍ତୁ ସଂଗଠନକୁ ଆହୁରି ମଦବୁତ୍ ଓ ଭୋଟରଙ୍କୁ ବାନ୍ଧି ରଖିବା ପାଇଁ ଏହା ଏକ ଯୋଜନା ବୋଲି କହୁଛି ।
