ବିଜେଡିର ମିଶ୍ରଣପର୍ବ : ବିଧାୟକଙ୍କ ଉପସ୍ଥିତିରେ ମିଶିଲେ ଅନ୍ୟ ଦଳର କର୍ମୀ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅଧିନସ୍ଥ ରସଲପୁର ପଞ୍ଚାୟତରେ ଗୁରୁବାର ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଏବଂ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପଞ୍ଚାୟତର ଅନ୍ୟ ଦଳର କର୍ମୀ ପତିତ ପାବନ ବେହେରା, ନାରାୟଣ ବେହେରା, ସୁଦାମ ଚରଣ ମାଝୀ, ବସନ୍ତ ମାଝୀ, ପୂର୍ଣଚନ୍ଦ୍ର ଖଟୁଆ, ଉଦୟନାଥ ମହାନ୍ତି, ପରବାସ ଧଳ, ବିମ୍ବାଧର ବେହେରା ପ୍ରମୁଖ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ।
ବିଧାୟକ ସ୍ୱରୂପ ଦାସ ନୂତନ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ପରେ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସଭାପତି ଅକ୍ରୁର ତରେଇ, ପୂର୍ବତନ ସମିତିସଭ୍ୟ ସୁବ୍ରତ ପରିଡ଼ା, ଅବସରପ୍ରାପ୍ତ ଶିକ୍ଷକ ଗୋକୁଳାନନ୍ଦ ବାରିକ, ପଞ୍ଚାୟତ ଯୁବ ସଭାପତି କମଳ ଲୋଚନ ପରିଡ଼ା, ରମେଶ ଚନ୍ଦ୍ର ପାଣି, ବରିଷ୍ଠ ବିଜେଡ଼ି ନେତା ଶ୍ରୀଧର ଗୋଛାୟତ, ବିନୋଦ ମହାନ୍ତି, ଅଜୟ ଦାସ ଏବଂ ଅପ୍ରତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।


