ଝିଅର ଫଟୋ ଭାଇରାଲ ପରେ ପ୍ରତିକ୍ରିୟା ରଖିଲେ ବିରୁଷ୍କା
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ବେଳେ ଷ୍ଟାଡିୟମରେ ଲାଗିଥିବା କ୍ୟାମେରାରେ ଭାମିକାଙ୍କ ଫଟୋ କଏଦ ହୋଇଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ଏହି ଫଟୋ ସୋସିଆଲ ମିଡିଆ ଘୁରି ବୁଲିଥିଲା । ତେବେ ଝିଅର ଫଟୋ ଭାଇରାଲ ହେଉଥିବା ଦେଖି ଉଭୟ ବିରାଟ ଏବଂ ଅନୁଷ୍କା ପ୍ରତିକ୍ରିୟା ରଖିଛନ୍ତି ।
ଇନଷ୍ଟା ଷ୍ଟୋରୀରେ ଦୁହେଁ ଲେଖିଛନ୍ତି ଯେ, ଆମେ ଜାଣିବାକୁ ପାଇଛୁ ଯେ ଆମ ଝିଅର ଫଟୋ ଗତ ରବିବାର ଷ୍ଟାଡିୟମରେ କଏଦ ହୋଇଥିଲା ଏବଂ ତା’ପରେ ଏହାକୁ ଅନେକ ଲୋକ ସେୟାର କରିଥିଲେ । ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ, କ୍ୟାମେରା ଆମ ଉପରେ ଅଛି ବୋଲି ଆମେ ଜାଣି ନଥିଲୁ । ଏହି ପ୍ରସଙ୍ଗରେ ଆମର ଆଭିମୁଖ୍ୟ ଏବଂ ଅନୁରୋଧ ସମାନ ରହିବ । ପୂର୍ବରୁ ଆମେ ଭାମିକାଙ୍କ ଫଟୋ ନଉଠାଇବାକୁ ଏବଂ ସେୟାର ନକରିବାକୁ ଅନୁରୋଧ କରିସାରିଛୁ । ସେଭଳି ହେଲେ ଆମେ ଖୁସି ହେବୁ । ଧନ୍ୟବାଦ ।
