୪ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା
ଟାଙ୍ଗୀ : ଆସନ୍ତା ଜାନୁଆରୀ ୪ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ଗଣନା ପୂର୍ବରୁ ଗଣନାକାରୀ ଟିମ୍ ଗୁଡିକୁ ସୋମବାର ଟ୍ରେନିଂ ପ୍ରଦାନ କରାଯିବ ।
ଆସନ୍ତା ୪ ତାରିଖ ଅର୍ଥାତ ମଙ୍ଗଳବାର ସକାଳ ୬ଟାରୁ ଦିନ ୧୧ ଟା ଯାଏଁ ଗଣନା କାର୍ଯ୍ୟ ଜାରି ରହିବ । ଚିଲିକା ତଥା ବାଲୁଗାଁ ଡିଭିଜନର ୫ ରେଞ୍ଜ ଏରିଆରେ ପକ୍ଷୀ ଗଣନା କରାଯିବ । ପ୍ରତିବର୍ଷ ଶୀତଦିନରେ ଚିଲିକାକୁ ଅନେକ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ସରକାରୀ ଭାବେ ପକ୍ଷୀ ଗଣନା କାର୍ଯ୍ୟ ହୋଇଥାଏ।
