ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଟିମ ନିୟୋଜିତ
ବାଲୁଗାଁ : ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ବାଲୁଗାଁ ବନଖଣ୍ଡ ଅଧିନରେ ଥିବା ୫ଟି ରେଞ୍ଜ – ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡା ଓ ରମ୍ଭାରେ ପକ୍ଷୀ ଗଣନା କରାଯାଉଛି। ବନ ବିଭାଗର ୨୧ଟି ଟିମ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜଳ ଓ ସ୍ଥଳଭାଗରେ ଗଣନା ପାଇଁ ଦୂରବୀକ୍ଷଣ ସହ ଜିପିଏସ୍ ଓ କ୍ୟାମେରାର ବ୍ୟବହାର କରାଯାଇଛି।
ସୂଚନା ଯେ, ଗୋଟିଏ ଦିନ ପାଇଁ ହେବ ଏହି ଗଣନା କାର୍ଯ୍ୟ । ପକ୍ଷୀ ଗଣନା ପାଇଁ ସର୍ବମୋଟ ୧୦୧ ଜଣଙ୍କୁ ସାମିଲ କରାଯାଇଛି । ଏଥିପାଇଁ ୨୧ ଟି ଟିମ୍ ଗଠନ ହୋଇଛି । ପ୍ରତି ଟିମ୍ ରେ ୪ରୁ୫ ଜଣ ଲେଖାଏଁ ନିୟୋଜିତ ହୋଇଛନ୍ତି । ବାଇନକୁଲାର ସାହାଯ୍ୟରେ ପକ୍ଷୀଗଣନା କରାଯାଉଛି । ଜଳଭାଗରେ ୧୯ ଟି ଟିମ୍ ଏବଂ ସ୍ଥଳଭାଗରେ ୨ଟି ଟିମ୍ ଚିଲିକାକୁ ଆସିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କରୁଛନ୍ତି । ଟାଙ୍ଗୀ ଏବଂ ବାଲୁଗାଁ ରେଞ୍ଜ ଇଲାକାରେ ପକ୍ଷୀଙ୍କ ସମାଗମ ଅଧିକ ଥିବା ଯୋଗୁଁ ଅଧିକ ଗଣନାକାରୀ ଟିମ୍ ନିୟୋଜିତ କରାଯାଇଛି ।
