ବାଇକ-ଭ୍ୟାନ ମୁହାଁମୁହିଁ ଧକ୍କା : ବାପା ସହ ୨ ଝିଅ ମୃତ, ଚାପା ଉତ୍ତେଜନା
ଗାଙ୍ଗପୁର : ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁରରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଆଖି ବୁଜିଛନ୍ତି । ସେପଟେ ଦୁର୍ଘଟଣାରେ ଗୁରୁତର ଅଛି ନାତି ।
ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ମୁନିଗାଡ଼ିରୁ ଗାଙ୍ଗପୁର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।
