ବାଇକ-ପିକଅପ ଧକ୍କା : ସ୍ୱାମୀ ମୃତ, ସ୍ତ୍ରୀ ଓ ଦୁଇ ପୁଅ ଗୁରୁତର
ବସ୍ତା : ବସ୍ତା ବ୍ଲକ ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥର ବସ୍ତା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ବସ୍ତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଡଗରା ଅଞ୍ଚଳର ଉପେନ୍ଦ୍ର ଜେନା ବାଇକ ଯୋଗେ ଅର୍ମଦା ଅଭିମୁଖେ ଯାଉଥିବା ବେଳେ ଗାନ୍ଧିଛକ-ବସ୍ତା ମୁଖ୍ୟ ରାସ୍ତାରେ ଜଳେଶ୍ୱର ପଟୁ ଆସୁଥିବା ଏକ ପିକଅପ ସାମ୍ନା ପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଉପେନ୍ଦ୍ରଙ୍କୁ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ସମସ୍ତଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଜଣାପଡିଛି ।
