ବାଇକ-ପିକଅପ ଧକ୍କା, ୨ ମୃତ
ବରଗଡ : ପାଇକମାଲ-ନୂଆପଡା ବିଜୁ ଏକ୍ସପ୍ରେସୱେରେ ବରତୁଣ୍ଡା ଗ୍ରାମ ନିକଟରେ ଥିବା ଶନିବାର ଦିନ ୧୧ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଖବରପାଇ ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସୀଆଲଙ୍କର ନେତୃତ୍ବରେ ପୋଲିସ ଟିମ ପହଂଛି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠେଇଥିବା ସୂଚନା ମିଳିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ବଲାଙ୍ଗୀର ଜିଲା ଲାଠୋର ନିକଟରେ ଥିବା କଂହେଇଛାପର ଗ୍ରାମର ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ବାଇକ ଆରୋହୀଙ୍କ ବାଇକ ଆରୋହିଙ୍କ ମୃତ୍ୟୁ ହୋଇ ଯାଇଥିଲା । ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ କିଛି ସମୟ ଚାପା ଉତ୍ତେଜନା ଦେଖାଦେଇଥିଲା ।
