ଲମତାପୁଟ ପୋଲିସକୁ ବଡ଼ ସଫଳତା : ବିପୁଳ ପରିମାଣର ଗଞ୍ଜେଇ ଜବତ
କୋରାପୁଟ : ଲମତାପୁଟ ପୋଲିସକୁ ବଡ଼ ସଫଳତା । ଚୋରା ଚାଲାଣ ପାଇଁ ପ୍ୟାକିଂ ଚାଲିଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓଙ୍କ ନେତୃତ୍ଵ ରେ ଲମତାପୁଟ ଜଲାପୁଟ ପୋଲିସ ଜବାଗଡ ଗ୍ରାମ ନିକଟ ଜଙ୍ଗଲ ନଦୀ ତୁଠରେ ଚଢଉ କରିଥିଲା । ଏହି ସମୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ୟାକିଂ ଚାଲିଥିଲା। ପୋଲିସକୁ ଦେଖି ଘଟଣା ସ୍ଥଳରୁ ୪ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲେ । ସେମାନଙ୍କଠୁ ୯ଟି ବସ୍ତାରୁ ପ୍ରାୟ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ୪ ମାଫିଆଙ୍କ ନାମ ଗୋପନ ରଖିଥିବା ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି ।
