ବଡ଼ ଖବର! ପେନସନକୁ ନେଇ ସରକାର ଜାରୀ କଲେ ନୂଆ ନିୟମ, ଜାଣନ୍ତୁ ଏହା ବିଷୟରେ ସବୁକିଛି
ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଫ୍ୟାମିଲି ପେନସନକୁ ନେଇ ସରକାର ଏକ ନୂତନ ନିୟମ ଜାରି କରିଛନ୍ତି । ଜାରି କରାଯାଇଥିବା ନିୟମ ଅନୁଯାୟୀ, ମୃତ ସରକାରୀ କର୍ମଚାରୀଙ୍କ ଏପରି ସନ୍ତାନ ଯିଏ ମାନସିକ ସ୍ତରରେ ଅକ୍ଷମ ଅଛନ୍ତି, ସେମାନଙ୍କୁ ମଧ୍ୟ ଫ୍ୟାମିଲି ପେନସନର ସୁବିଧା ମିଳିବ । ମାନସିକ ବିକୃତିର ଶିକାର ହୋଇଥିବା ପିଲାମାନେ ମଧ୍ୟ ପରିବାର ପେନସନ୍ ପାଇବାକୁ ହକଦାର । ସୂଚନାଯୋଗ୍ୟ, ମାନସିକ ବିକୃତିର ଶିକାର ହୋଇଥିବା ପିଲାମାନଙ୍କୁ ଫ୍ୟାମିଲି ପେନସନର ସୁବିଧା ନ ମିଳିବାରୁ ସେମାନେ ନିଜର ଭରଣ ପୋଷଣ କରିପାରନ୍ତି ନାହିଁ । ଫଳରେ ସେମାନେ ଜୀବନଯାପନରେ ଅସମର୍ଥ ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର ରହିବାକୁ ପଡ଼େ ।
କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, “ପେନସନ ଓ ପେନସନର କଲ୍ୟାଣ ବିଭାଗ ଲୋକଙ୍କ ସହ ବାର୍ତ୍ତାଳାପରେ ଜାଣିବାକୁ ପାଇଛି ଯେ ବ୍ୟାଙ୍କଗୁଡିକ ଏହିପରି ପିଲାମାନଙ୍କୁ ପରିବାର ପେନସନ୍ର ସୁବିଧା ଦେଉ ନାହାଁନ୍ତି । ଏଭଳି ମାନସିକ ବିକାରଗ୍ରସ୍ତ ପିଲାମାନଙ୍କୁ ବ୍ୟାଙ୍କଗୁଡ଼ିକ ପେନସନ ଦେବାକୁ ମନା କରୁଛନ୍ତି । ବ୍ୟାଙ୍କଗୁଡ଼ିକ ଏହି ପିଲାମାନଙ୍କଠାରୁ କୋର୍ଟ ଦ୍ୱାରା ଦିଆଯାଇଥିବା ଅଭିଭାବକ ପ୍ରମାଣପତ୍ର ମାଗୁଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବାକୁ ଚେଷ୍ଟା କରୁଛନ୍ତି ଓ ଏଥିପାଇଁ ଉତ୍ତମ ଶାସନ ମନ୍ତ୍ର ଉପରେ ଗୁରୁତ୍ୱ ଦିଆଯାଉଛି ।”
ଜିତେନ୍ଦ୍ର ସିଂ କହିଛନ୍ତି, “ଏଭଳି ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫ୍ୟାମିଲି ପେନସନରେ ନୋମିନେଶନର ପ୍ରାବଧାନକୁ ଜରୁରୀ କରାଯାଉଛି,, ଯାହାଫଳରେ କର୍ମଚାରୀଙ୍କ ପିଲାମାନେ ବାଧା ବିନା ପେନସନ୍ ପାଇପାରିବେ । ମାନସିକ ବିକାରଗ୍ରସ୍ତ ପିଲାମାନେ ମଧ୍ୟ କୋର୍ଟରୁ ସହଜରେ ଅଭିଭାବକ ପ୍ରମାଣପତ୍ର ପାଇପାରିବେ, ଏହାକୁ ମଧ୍ୟ ସହଜ କରାଯାଇଛି । ମୃତ ସରକାରୀ କର୍ମଚାରୀଙ୍କ ପିଲାମାନଙ୍କୁ କେଉଁ ସରକାରୀ ପେନସନ୍ ଦିଆଯାଉଛି, ତାହା ଆଧାରରେ କୋର୍ଟରୁ ଏକ ପ୍ରମାଣପତ୍ର ଦିଆଯାଇଥାଏ । ବ୍ୟାଙ୍କଗୁଡିକ ଏହିପରି ପିଲାମାନଙ୍କ ଠାରୁ ଅଭିଭାବକ ପ୍ରମାଣପତ୍ର ଉପରେ ଜିଦ୍ ଧରି ପାରିବେ ନାହିଁ ଓ ପେନସନକୁ ମନା କରିପାରିବେ ନାହିଁ ଯେ ଆପଣ ପ୍ରଥମେ କୋର୍ଟରୁ ପ୍ରମାଣପତ୍ର ଆଣନ୍ତୁ ।”
