ଯୋଗୀ ସରକାରଙ୍କ ବଡ଼ ନିଷ୍ପତି, ବର୍ତମାନ ଫୈଜାବାଦ ରେଳ ଜଙ୍କସନକୁ ଅଯୋଧ୍ୟା କେଂଟ ନାମରେ ବୁଝାଯିବ
ଲକ୍ଷ୍ନୌ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଆଉ ଏକ ବଡ଼ ଘୋଷଣା କରିଛନ୍ତି । ବର୍ତମାନ ଫୈଜାବାଦ ରେଳ ଜଙ୍କସନ ଅଯୋଧ୍ୟା କେଂଟ ଭାବରେ ଜଣାଯିବ । ଏହା ପୂର୍ବରୁ ଯୋଗୀ ସରକାର ଫୈଜାବାଦ ଜିଲ୍ଲାର ନାମ ଅଯୋଧ୍ୟାରେ ପରିବର୍ତନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଏହା ପରେ ଲୋକମାନେ ଟ୍ୱିଟରରେ ଅଭିନନ୍ଦନ ଜଣାଇଥିବା ବେଳେ କିଛି ଲୋକ ଆଲିଗଡ଼ ଜିଲ୍ଲାର ନାମ ବଦଳାଇବାକୁ ଦାବି ମଧ୍ୟ କରୁଛନ୍ତି ।
ଧର୍ମେନ୍ଦ୍ର ସିଂ, ଲକ୍ଷ୍ମୀ ସୋନକରଙ୍କ ପରି ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲରୁ ପ୍ରସ୍ତୁତ ଟ୍ୱିଟରରେ ଲେଖିଛନ୍ତି ଯେ, ସରକାରଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଏଥି ସହିତ ସନ୍ତୋଷ କେ ମିଶ୍ର ଲେଖିଛନ୍ତି ଯେ, ଆଲିଗଡ଼ର ନାମ ମଧ୍ୟ ପରିବର୍ତନ କରାଯିବା ଉଚିତ । ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମନେ ପକାଇ ଲେଖିଛନ୍ତି ଯେ, ଆପଣ ପୂର୍ବରୁ ମଧ୍ୟ ଆଲିଗଡ଼ର ନାମ ପରିବର୍ତନ କରିବାକୁ କହିଥିଲେ । ବର୍ତମାନ ସମୟ ଆସିଛି, ଆଲିଗଡ଼ର ନାମ ମଧ୍ୟ ପରିବର୍ତନ କରାଯିବା ଉଚିତ୍ । ଏହା ଜଣା ଯେ, ଆଲିଗଡ଼ର ନାମ ହରିଗଡ଼କୁ ବଦଳାଇବାକୁ ପୂର୍ବରୁ ଦାବି ରହିଛି । ଏହା ପୂର୍ବରୁ ଯୋଗୀ ସରକାରରେ ଆହ୍ଲାବାଦର ନାମ ପ୍ରୟାଗରାଜ ନାମରେ ପରିବର୍ତନ କରାଯାଇଛି ।
