ଭୁବନର ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର ମାଝୀ ବିଜେଡିରୁ ବହିଷ୍କୃତ
ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ଭୁବନ ଜୋନ୍ ୩ ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର ମାଝୀଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିଥିବା ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଢେଙ୍କାନାଳ ୩ ନଂ ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀଙ୍କ ଘରେ ଗତକାଲି ନକଲି ମଦ ଫ୍ୟାକ୍ଟ୍ରି ଠାବ ହୋଇଥିଲା । ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ବେଆଇନ ମଦ ଫ୍ୟାକ୍ଟ୍ରି ଚଳାଉଥିବା ଓ ମଦ ଚୋରାଚାଲାଣ କରୁଥିବାରୁ ସୁବାସ ମାଝୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।
