ଆସନ୍ତାକାଲି ରିଲିଜ୍ ହେବ ‘ଭେଡିଆ’, ସାମ୍ନାକୁ ଆସିଲା ଫିଲ୍ମର ଫାଷ୍ଟ ରିଭ୍ୟୁ
ମୁମ୍ଵାଇ : ଆସନ୍ତାକାଲି ବକ୍ସ ଅଫିସରେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭେଡିଆ’ । ବରୁଣ ଧାୱନ ଏବଂ କ୍ରିତି ସାନନଙ୍କ ଚଳଚ୍ଚିତ୍ର ‘ଭେଡିଆ’କୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲରକୁ ମଧ୍ୟ ଦର୍ଶକ ପସନ୍ଦ କରିଥିଲେ। ଏବେ ‘ଭେଡିଆ’ର ଫାଷ୍ଟ ରିଭ୍ୟୁ ମଧ୍ୟ ସାମ୍ନାକୁ ଆସିଛି।
ଅଜୟ ଦେବଗାନଙ୍କ ଫିଲ୍ମ ‘ଦୃଶ୍ୟମ-୨’ ବର୍ତ୍ତମାନ ବକ୍ସ ଅଫିସରେ ରାଜ୍ କରୁଛି। ଚଳଚ୍ଚିତ୍ରକୁ ଦର୍ଶକ ଏବଂ ସମାଲୋଚକମାନେ ବହୁତ ପ୍ରଶଂସା କରୁଛନ୍ତି। ଫିଲ୍ମ ରିଲିଜ ହେବାର ୬ ଦିନ ବିତିଗଲାଣି ଏବଂ ଜୋରଦାର କଲେକସନ କରୁଛି । ଫଳରେ ‘ଦୃଶ୍ୟମ-୨’କୁ ବରୁଣଙ୍କ ଫିଲ୍ମ ‘ଭେଡିଆ’ ଟକ୍କର ଦେବ ବୋଲି ଜଣାପଡ଼ିଛି ।
ଏହି ସମୟରେ ଓଭରସିଜ୍ ସେନ୍ସର ବୋର୍ଡ ସଦସ୍ୟ ଉମୀର ସାନ୍ଧୁ ଫିଲ୍ମର ଫାଷ୍ଟ ରିଭ୍ୟୁ ଦେଇଛନ୍ତି। ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ୫ ରୁ ୩.୫ର ରେଟିଂ ଦେଇଛନ୍ତି। ଏନେଇ ଫିଲ୍ମ ବିଷୟରେ ଲେଖିଛନ୍ତି, “ଭେଡିଆ ହ୍ୟୁମର ଏବଂ ହରର ଏକ ନିଆରା ମିଶ୍ରଣ। ଯାହା ଆପଣଙ୍କୁ ସଂପୂର୍ଣ୍ଣ ପ୍ରଭାବିତ କରିବ। ବକ୍ସ ଅଫିସରେ, ଏହି ଚିତ୍ତାକର୍ଷକ ନିଶ୍ଚିତ ଭାବରେ ମନୋରଞ୍ଜନ କରିବ। ୫ମଧ୍ୟରୁ ୩.୫ ଷ୍ଟାର ମିଳିଛି। ଚଳଚ୍ଚିତ୍ରର ପ୍ରଥମ ସମୀକ୍ଷା ପରେ ଦର୍ଶକଙ୍କ ମଧ୍ୟରେ ‘ଭେଡିଆ’ ବିଷୟରେ କ୍ରେଜ୍ ବୃଦ୍ଧି ପାଇଛି।
