କ୍ଲଷ୍ଟରସ୍ତରୀୟ ମିନି ସ୍ପୋର୍ଟସରେ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟ
ଵାଲେଶ୍ୱେର : କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ବାଲେଶ୍ଵର କ୍ଲଷ୍ଟର ଅଧିନରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କକୁ ନେଇ ମିନି ସ୍ପୋର୍ଟ ମିଟ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟ -୧ଠାରେ ଚଳିତ ମାସ ୨୬ ତାରିଖ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ଯାଜପୁର, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ବାରିପଦା, ରାଇରଙ୍ଗପୁର ଅଞ୍ଚଳର ମୋଟ ୧୨ଟି କେନ୍ଦ୍ରୀୟ ବିଦ୍ୟାଳୟ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟ ସାମଗ୍ରୀକ ଭାବରେ ଚମ୍ପିଆନ ହୋଇଥିବା ବେଳେ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ -୨ ରନର୍ସ ଅପ୍ ହୋଇଥିଲା। ବିଭିନ୍ନ ବିଭାଗର ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ୧ଶହ ମିଟର ଦୌଡ ପ୍ରତିଯୋଗିତାରେ ଭଦ୍ରକର ଅଧିଶ୍ରୀ ଦାସ ଲଙ୍ଗ ଜମ୍ପରେ ପ୍ରଥମ ସ୍ଥାନ ଅଧିକାର ହୋଇଥିବାବେଳେ । ଦୈ।ଡ ପ୍ରତିଯୋଗିତାରେ ଭଦ୍ରକର ରାଜେଶ୍ୱରୀ ପୁହାଣ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ନିଜ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଏପରି କୃତିତ୍ୱ ପ୍ରଦର୍ଶନ ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ସୁଜାତା ମିଶ୍ର ଓ କ୍ରୀଡା ଶିକ୍ଷକ ଏସକେ ରାଉତ୍ ସମସ୍ତ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
