କ୍ରୋଧ କରୁଥିବା ଲୋକ ସାବଧାନ!! ମାଡ଼ି ବସିବେ ଏହି ସବୁ ରୋଗ, ଯାଇପାରେ ଜୀବନ
ଅତ୍ୟାଧିକ କ୍ରୋଧ କରୁଥିବା ଲୋକଙ୍କୁ କେହି ପସନ୍ଦ କରନ୍ତି ନାହିଁ । ଯଦି ଆପଣଙ୍କ ମନମୁତାବକ କାମ ନହୁଏ ତାହାଲେ କ୍ରୋଧିତ ହେବା ସ୍ୱଭାବିକ କଥା । କିନ୍ତୁ ଯଦି ଆପଣଙ୍କୁ ଛୋଟ ଛୋଟ କଥାରେ କ୍ରୋଧିତ ହେଉଛନ୍ତି, ନିଜ କ୍ରୋଧ ଉପରେ କଣ୍ଟ୍ରୋଲ ରହୁନି, କେହି ଯଦି ଆପଣଙ୍କ ସହିତ ମିଠା କଥା ହେଉଛି ବା ଆପଣଣଙ୍କ କେୟାର କରୁଛି କିନ୍ତୁ ତଥାପି ଆପଣଙ୍କୁ କ୍ରୋଧ ଲାଗେ ତେବେ ସାବଧାନ୍!! ରାଗ ରୋଗକୁ ନିମନ୍ତ୍ରଣ କରିବା ସହିତ, ଆପଣଙ୍କ ଜୀବନ ବି ଯାଇପାରେ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କ୍ରୋଧ ଶାରୀରିକ ଓ ମାନସିକ ସ୍ତରରେ ପରିବର୍ତ୍ତନ ଆଣିଥାଏ । ଯାହା ହାର୍ଟ ଆଟାକ ଓ ହାର୍ଟ ସ୍ଟ୍ରୋକ୍ ଭଳି ରୋଗକୁ ନିମନ୍ତ୍ରଣ କରିଥାଏ । ଏଭଳି ସ୍ଥିତିରେ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । କାରଣ ଏହା ଯେମିତି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ନ ହେବ । ଯେଉଁମାନେ ଅତ୍ୟଧିକ କ୍ରୋଧି ତାଙ୍କୁ ଶାନ୍ତ କରାଇବା ପାଇଁ ଚେଷ୍ଟା କରନ୍ତୁ । କାରଣ ଅତ୍ୟାଧିକ କ୍ରୋଧ ଘାତକ ହୋଇଥାଏ । ଆସନ୍ତୁ ଜାଣିବା କ୍ରୋଧକୁ କେମିତି ନିୟନ୍ତ୍ରଣ ବା କଣ୍ଟ୍ରୋଲ କରିବେ ।
ଯଦି ଆପଣଙ୍କୁ ଅତ୍ୟାଧିକ କ୍ରୋଧ କରୁଛନ୍ତି, ତାହେଲେ ଡାକ୍ତର କିମ୍ବା ଏକ୍ସପର୍ଟଙ୍କ ଠାରୁ ପରାମର୍ଶ ନିଅନ୍ତୁ । ବିଶେଷଜ୍ଞଙ୍କ ମତ ଅନୁସାରେ, କ୍ରୋଧ କଣ୍ଟ୍ରୋଲ କରବା ପାଇଁ ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ …
କ୍ରୋଧିତ ହେବା ସ୍ଥିତି ଆସିଲେ ଦୀର୍ଘ ନିଶ୍ୱାସ ନିଅନ୍ତୁ ।
କ୍ରୋଧ ହେଲେ ପାଣି ପିଅନ୍ତୁ, ଏଥିରୁ ଉପସମ ମିଳିଥାଏ ।
ଯେଉଁ କାରଣରୁ ଆପଣଙ୍କୁ କ୍ରୋଧ ଲାଗୁଛି, ତାହାକୁ ଆଭୋଏଡ କରିବା ପାଇଁ ଚେଷ୍ଟା କରନ୍ତୁ ।
ନିଦ ନହେବା କାରଣରୁ ମଧ୍ୟ କ୍ରୋଧ ଆସିପାରେ, ତେଣୁ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଶୋଇବା ପାଇଁ ଚେଷ୍ଟା କରନ୍ତୁ ।
ବିପି ଲୋ ହେବା ମଧ୍ୟ କ୍ରୋଧିତ ହେବାର ଏକ କାରଣ ଅଟେ ।
ବେଳେ ବେଳେ ମାନସିକ ଓ ଶାରୀରିକ ଦୁର୍ବଳ ଥିବା ଲୋଗ ନିଜର ହିତାହତ ଜ୍ଞାନହରାଇ ବସନ୍ତି ଏବଂ ଅତ୍ୟଧିକ କ୍ରୋଧିତ ହୋଇଯାଆନ୍ତି ।
ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ଅତ୍ୟାଧିକ କ୍ରୋଧିତ ହେବାର ୨ ଘଣ୍ଟା ପରେ ହାର୍ଟ ଆଟାକ୍ ଆସିବାର ସମ୍ଭାବନା ଅଧିକ ଥାଏ । ଅନେକ ବିଶେଷଜ୍ଞଙ୍କ ମତରେ ଅତ୍ୟାଧିକ କ୍ରୋଧ ପାଇଁ ବ୍ରେନସ୍ଟ୍ରୋକ ମଧ୍ୟ ହୋଇଥାଏ । ଏହା ସହିତ କ୍ରୋଧ ଅନ୍ୟ ରୋଗକୁ ମଧ୍ୟ ନିମନ୍ତ୍ରଣ କରିଥାଏ ।
