ଡ. ସନ୍ତୋଷ କୁମାର ରାଉତଙ୍କୁ ଶ୍ରେଷ୍ଠ ଜିଲା ସଂଯୋଜକ ସମ୍ମାନ
ବାଲେଶ୍ୱର : ବାଲେଶ୍ୱର ଜିଲାର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସନ୍ତୋଷ କୁମାର ରାଉତଙ୍କୁ ମିଳିଲା ଶ୍ରେଷ୍ଠ ଜିଲା ସଂଯୋଜକ ସମ୍ମାନ । ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ, ଫକୀର ମୋହନ ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ଡ. ସୁବାଷ ଚନ୍ଦ୍ର ପାତ୍ର ଓ ସଭାପତି ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀ ଏକ ସ୍ୱତନ୍ତ୍ର ସମାବେଶରେ ମହାବିଦ୍ୟାଳୟର ଭିଜନ ଅଫ କନଫରେନ୍ସ ହଲରେ ଶ୍ରେଷ୍ଠ ଜିଲା ସଂଯୋଜକ ଭାବେ ପ୍ରଫେସର ରାଉତଙ୍କୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି ।
ବାଲେଶ୍ୱର ଜିଲାରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଫେସର ରାଉତ ଗତ ୨୦୧୭ ମସିହାରୁ ଆଜି ପ୍ରଯ୍ୟନ୍ତ ଜିଲା ସଂଯୋଜକ ଭାବେ କାର୍ଯ୍ୟ କରି ପ୍ରତ୍ୟେକ କନିଷ୍ଠ ମହାବିଦ୍ୟାଳୟରେ ଏହାକୁ ଅଧିକ କ୍ରିୟାଶୀଳ ଓ ସମ୍ପ୍ରସାରିତ କରିବା ସହିତ ରାଜ୍ୟସ୍ତରରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି । ଜିଲାର ଅନେକ ମାଷ୍ଟର ଟ୍ରେନର, ପ୍ରଶିକ୍ଷିକା, ସଂଯୋଜକ ଓ ଅଧ୍ୟକ୍ଷ ମାନେ ରାଜ୍ୟସ୍ତରରେ ତାଙ୍କ ଉଦ୍ୟମ ଓ ପ୍ରେରଣା ଯୋଗୁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଓ ଲକ୍ଷାଧିକ ଛାତ୍ରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିଛନ୍ତି । ଅନେକ ଛାତ୍ରୀ ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲରୁ ତାଲିମ ନେଇ ଜିଲାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ।
