ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜରୁରୀ ହେଲ୍ପଲାଇନ ନମ୍ୱର ଜାରି
ବ୍ରହ୍ମପୁର : ବାତ୍ୟା ଅସାନି ଜନିତ ପରିସ୍ଥିତିର ମୁକାବିଲା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜରୁରିକାଳୀନ ହେଲ୍ପଲାଇନ ନମ୍ୱର ଜାରି କରାଯାଇଛି । ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ୱର ହେଲା -୭୩୨୬୮୩୭୩୨୯ ।
ବାତ୍ୟା ଅସାନି ଓଡ଼ିଶାରେ ସେତେଟା ପ୍ରଭାବ ପକାଇବ ନାହିଁ । ଓଡ଼ିଶାରେ କମ୍ ପବନ ବହିବା ସହିତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ମଧ୍ୟମ ଧରଣର ବର୍ଷା ହେବା ସହିତ କମ୍ ପବନ ବହିବ । ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ବର୍ଷା ଜାରି ରହିବ । ସେହିପରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାରେ ମଧ୍ୟ ବର୍ଷା ହେବ । କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲରେ ବର୍ଷାର ପ୍ରଭାବ ଦେଖିବାକୁ ମିିଳିବ । ସାମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍, ଅଗ୍ନିଶମ ଟିମ୍କୁ ପ୍ରସ୍ତୁତ ରଖାଯାଇଥିବା ଏସ୍ଆର୍ସି କହିଛନ୍ତି । ୫ ଜିଲାରେ ୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯାଇଛି ।
