ସତ୍ୟଜିତ୍ଙ୍କ ରଙ୍ଗିଲା ଗୀତରେ ଦର୍ଶକ ମତୁଆଲା ୧୭ତମ ରାଜ୍ୟ ଯୁବ ମହୋତ୍ସବ ସ୍ୟାଣ୍ଡଫେଷ୍ଟ ଉଦ୍ଯାପିତ
ବାଲେଶ୍ୱର : ନିକଟସ୍ଥ ବାଲେଶ୍ୱର ଷ୍ଟେସନ କ୍ଲବରେ ଦୁଇଦିନ ଧରି ଆୟୋଜିତ ହେଉଥିବା ରାଜ୍ୟ ଯୁବ ମହୋତ୍ସବ “ସ୍ୟାଣ୍ଡଫେଷ୍ଟ” ଗତକାଲି ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଉକ୍ତ ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ବାଲେଶ୍ୱରର ପ୍ରାକ୍ତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ପ୍ରତିଭାକୁ ଛାଡ଼ି ଯୁବକ ଏବଂ ଯୁବକଙ୍କୁ ଛାଡ଼ି ସୁରାଷ୍ଟ୍ର ସଂଗଠନ ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଏହିତ ସଭାକୁ କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ମହାନ୍ତିଙ୍କ ପୌରହିତ୍ୟରେ ମୁଖ୍ୟବକ୍ତା, ପ୍ରମେୟ ଉତର ଓଡ଼ିଶା ସଂସ୍କରଣର ମୁଖ୍ୟ ସତ୍ୟଶିବ ଦାସ ଏବଂ ଜିଲ୍ଲା ପରିଷଦର ସଦସ୍ୟ ଜୟରାମ ଦାସ, ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ “ସ୍ୟାଣ୍ଡଫେଷ୍ଟ”ର ପ୍ରତିଭା ଅନ୍ୱେଷଣର ଅବିରତ ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ସଭାକାର୍ଯ୍ୟକୁ ସଂଗଠନର କାର୍ଯ୍ୟକ୍ରମ ସଂଯୋଜଗ ଅମୟ ଦାସ ଅତିଥିଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ସଂଗଠନ ଅଧ୍ୟକ୍ଷ ଅଜୟ କୁମାର ବିଶ୍ୱାଳ, ଉପାଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର, ସଭାପତି ପ୍ରଦୀପ କୁମାରଯ ଦାସ, ଉପସଭାପତି ବିକାଶ ପାଢ଼ୀ, ସାଧାରଣ ସମ୍ପାଦକ ଦେବଦତ ଦାସ, ସମ୍ପାଦକ ସିମନ ଦାସମହାପାତ୍ର, ସାଂଗଠନିକ ସମ୍ପାଦକ ଝାଡ଼େଶ୍ୱର ଜେନା ଓ ପାର୍ଥସାରଥୀ ଦାସ, ସାଂସ୍କୃତି ସମ୍ପାଦକ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଉପଦେଷ୍ଟା ଗୌରହରି ମଲ୍ଲିକ ଏବଂ ଅନୁପ କୁମାର ମିଶ୍ର, ସହ ସମ୍ପାଦକ ଶେକ୍ ବୁରାହନ୍ , କାର୍ଯ୍ୟକ୍ରମ ସଂଯୋଜଗ ସୁକୀର୍ତି କର, ରଶ୍ମିରଂଜନ ପ୍ରଧାନ, ଶିବାନୀ ମହାପାତ୍ର, ସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅତିଥିଙ୍କ ସହ କୃତି ପ୍ରତିଯୋଗୀତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । “ସ୍ୟାଣ୍ଡଫେଷ୍ଟ” ସର୍ବପ୍ରଥମ ମାର୍ଗଦର୍ଶକ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ଉଦ୍ଦେଶ୍ୟରେ ଅତିଥିମାନେ ସ୍ମୃତିଚାରଣ କରିଥିଲେ । ଉଦ୍ଯାପନୀ ସନ୍ଧ୍ୟାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ୍ ଏବଂ ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ ଅଭିନେତ୍ରୀ ପ୍ରିୟାଲିଙ୍କ ଉପସ୍ଥିତ ଶୀତୁଆ ରାତିରେ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଏହି ଅବସରରେ ହୃଦ୍ରୋଗ ବିଶେଷଜ୍ଞ ଡା. ମିଲନ ଘଡ଼େଇଙ୍କର ଚିକିତ୍ସା କ୍ଷେତ୍ରରେ ନିଃସ୍ୱାର୍ଥପର ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମଡେଲ ବିଷ୍ଣୁପଦ ସାହୁ ମିଷ୍ଟର ଏସିଆ ପାସିଫିକ୍ ନିଖୁଣ ଅଭିନୟ ପାଇଁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀର୍ଘ ଦୁଇଦିନ ଧରି ଆୟୋଜିତ ସବ୍ ଜୁନିୟର, ଜୁନିୟର ଏବଂ ସିନିୟର ବିଭାଗରେ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ନିମ୍ନମତେ ଅତିଥିଗଣଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଦୁଇଦିନ ଧରି ସଦସ୍ୟ ହୁମାୟୁନ ଖାଁ, ରାଜୀବ ଗିରି, ଦେବୀ ପ୍ରସାଦ ଦାସମହାପାତ୍ର, ମନୋଜ ପଣ୍ଡା, ତୁଷାରକାନ୍ତ ତପସ୍ୱୀ, ମହେସ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ନିଜ ସହଯୋଗ ଦ୍ୱାରା ସାଫଲ୍ୟ କରିଥିଲେ । ମିଷ୍ଟର ସ୍ୟାଣ୍ଡଫେଷ୍ଟ ୨୦୨୩ ର ଦ୍ୱିତୀୟ ରନର୍ସ ଅପ୍ ପବନ କୁମାର ଦାସ, ପ୍ରଥମ ରନର୍ସ ଅପ୍ ମହମ୍ମଦ ସନଧ୍ୱାନ୍ କାଦରୀ, ମିସ୍ ସ୍ୟାଣ୍ଡଫେଷ୍ଟ ୨୦୨୩ର ଦ୍ୱିତୀୟ ରନର୍ସ ଅପ୍ ସଂଜନା ପ୍ରଧାନ, ପ୍ରଥମ ରନର୍ସ ଅପ୍ କ୍ରିତିକା ଟାଲ୍ଦି, ସବ୍ଜୁନିୟର- ବେବି ଆଇକନ୍ ପ୍ରଥମ ରିତିକା ମହାପାତ୍ର (ଡିଏଭି ପବ୍ଲିକ ସ୍କୁଲ), ଦ୍ୱିତୀୟ ଅସ୍ମିତ୍ କୁମାର ସାହୁ (ଏସ୍ଟି. ଭିନସେଂଟ କନ୍ଭେଂଟ ସ୍କୁଲ), ତୃତୀୟ- ଆଦ୍ୟାଂଶା ମିଶ୍ର (ଲିଟିଲ୍ ଫ୍ଲାୱାର ଇଂରାଜୀ ମିଡ଼ିୟମ ସ୍କୁଲ), ପ୍ୟାଂଟିଙ୍ଗ : ପ୍ରଥମ ସ୍ଥାନ ସୂର୍ଯ୍ୟସ୍ନାତା (ଡି.ଏ.ଭି. ପବ୍ଲିକ ସ୍କୁଲ), ଦ୍ୱିତୀୟ ସ୍ଥାନ ଜେନିସା (ସିଦ୍ଧି ଭିନାୟକ ପବ୍ଲିକ ସ୍କୁଲ), ତୃତୀୟ ସ୍ଥାନ ସାଇ ସ୍ୱସ୍ତିକ (ଦିବ୍ୟଜ୍ୟୋତି କନଭେଂଟ ସ୍କୁଲ), ମଡ଼ର୍ଣ୍ଣ ଡ୍ୟାନ୍ସ : ପ୍ରଥମ ସ୍ଥାନ ରିତିକା ମହାପାତ୍ର (ଡି.ଏ.ଭି. ପବ୍ଲିକ ସ୍କୁଲ), ଦ୍ୱିତୀୟ ସ୍ଥାନଦେବାଂଶୀ ବାରିକ (ସତ୍ୟସାଇ ବିଦ୍ୟା ବିହାର), ତୃତୀୟ ସ୍ଥାନ – ଭାଗ୍ୟଶ୍ରୀ ପ୍ରିୟଦର୍ଶନୀ (ରଘୁନାଥ ପବ୍ଲିକ ସ୍କୁଲ), ଜୁନିୟର : ଇଂରାଜୀ ବକ୍ତୃତା : ପ୍ରଥମ ସ୍ଥାନ ଏମ୍.ଏ. ଅନ୍ୱେଷା (ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ), ଦ୍ୱିତୀୟ ସ୍ଥାନ – ବିଭୁବିଷା ପଣ୍ଡା (ଦିଲ୍ଲୀ ପବ୍ଲିକ ଇନ୍ଟ. ସ୍କୁଲ), ତୃତୀୟ ସ୍ଥାନ – ଏସ୍.କେ.ଦିବ୍ୟାଂଶି (କେ.ଭି. ନଂ୧), ଜୁନିୟର ସିଙ୍ଗିଙ୍ଗ୍: ପ୍ରଥମ ହରିଓମ୍ ସରଣମ୍, ଦ୍ୱିତୀୟ ସ୍ଥାନ-ତନିଶ କୁମାର, ତୃତୀୟ ସ୍ଥାନ- ସାଇ ଶ୍ରେୟା ଶତପଥୀ, ମଡ଼ଣ୍ଡ ଡ୍ୟାନ୍ସ : ପ୍ରଥମ ସ୍ଥାନ ହରପ୍ରିତ୍ ତାଲଦି (ମଡ଼ର୍ଣ୍ଣ ପବ୍ଲିକ), ଦ୍ୱିତୀୟ ସ୍ଥାନ ପ୍ରତିକ୍ଷା ମାଝି (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର), ତୃତୟୀ ସ୍ଥାନ – ଫଲକ୍ ନୁର କାଦ୍ରୀ (ବ୍ଲୁମିଙ୍ଗ ବାର୍ଡ ଇଂରାଜୀ ମିଡ଼ିୟମ ସ୍କୁଲ), ଟ୍ୟାଲେଂଟ ହଂଟ: ପ୍ରଥମ ସ୍ଥାନ – ଜେ.ଏସ୍. ତନିଶା ମହାପାତ୍ର (ଡି.ଏ.ଭି. ପବ୍ଲିକ ସ୍କୁଲ), ଦ୍ୱିତୀୟ ସ୍ଥାନ- ସାଇପ୍ରଜ୍ଞା ମହାନ୍ତି (ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ), ତୃତୀୟ ସ୍ଥାନ- ଦିଶିତା ପାତ୍ର (ଡି.ଏ.ଭି. ପବ୍ଲିକ ସ୍କୁଲ), ସିନିୟର ମଡ଼ଣ୍ଡ ଡ୍ୟାନ୍ସ : ପ୍ରଥମ ସ୍ଥାନ କ୍ରିତିକା ତାଲ୍ଦି (ଏଫ.ଏମ୍ ଅଟୋ, କଲେଜ), ଦ୍ୱିତୀୟ ସ୍ଥାନ – ରଞ୍ଜିତ୍ ମୁଦୁଲି – ଏନଡିଏ ଡ୍ୟାନ୍ସ ଏକାଡେମୀ), ତୃତୀୟ ସ୍ଥାନ ହିମାନ୍ଦ୍ରି ତନୟା ପାତ୍ର (ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ), ସିଙ୍ଗିଙ୍ଗ୍ : ପ୍ରଥମ ସ୍ଥାନ- ସ୍ମୃତି ସ୍ୱରୂପା ମିଶ୍ର, ଦ୍ୱିତୀୟ ସ୍ଥାନ- ଆଦ୍ୟାଶା ରାଉତ, ତୃତୀୟ ସ୍ଥାନ – ସନ୍ଦିପ୍ତା କର, ଗ୍ରୁପ୍ ଡ୍ୟାନ୍ସ : ପ୍ରଥମ ସ୍ଥାନ ଏନ.ଡି.ଏ ଡ୍ୟାନ୍ସ ଗ୍ରୁପ, ଦ୍ୱିତୀୟ ସ୍ଥାନ ସାଇନ୍ ଇନୋଭେଟିଭ ଆବାସିକ ବିଦ୍ୟାଳୟ) ଓ ତୃତୀୟ ସ୍ଥାନ- ଗୋଲ୍ଡେନ୍ ଆଇ ଡ୍ୟାନ୍ସ ଗ୍ରୁପ ।
