ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବୁଡ ପକାଇଲେ ଶ୍ରଦ୍ଧାଳୁ
ଯାଜପୁର : ଆଜି ପବିତ୍ର ବାରୁଣୀ ସ୍ନାନ । ଯାଜପୁରର ପ୍ରସିଦ୍ଧ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା ଅନୁଷ୍ଠିତ ହୁଏ । ଶହ ଶହ ଶ୍ରଦ୍ଧାଳୁ ଏଠାକୁ ଆସି ବୁଡ ପକାଇଥାନ୍ତି ।
ଏଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ମହାମାରୀ କରୋନା ପାଇଁ ଦୀର୍ଘ ୨ବର୍ଷ ହେଲା ବାରୁଣୀ ସ୍ନାନ ବନ୍ଦ ଥିଲା। ଚଳିତ ବର୍ଷ ବାରୁଣୀ ସାନ୍ନ ହେଉଛି । ଫଳରେ ଭୋରରୁ ଶତାଧିକ ଶ୍ରଦ୍ଧାଳୁ ସେଠାକୁ ଆସି ବୁଡ଼ ପକାଇଛନ୍ତି । ସେହିପରି ବିଶ୍ବାସ ରହିଛି ଏହି ଦିନରେ ଏଠାରେ ପିଣ୍ଡ ଦାନ କଲେ ପିତୃ ପୁରୁଷ ମୋକ୍ଷ ପାପ୍ତି ହୋଇ ଥାଆନ୍ତି । ସେଥିପାଇଁ ଧାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ତେବେ ଶାନ୍ତି ଶୃଙ୍ଖଳାରେ ବୁଡ଼ ପକାଇବା ପାଇଁ ମୁତୟନ ହୋଇଛନ୍ତି ୫ ପ୍ଲାଟୁନ ପୋଲିସ ଫୋର୍ସ । ଟ୍ରାଫିକ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ନିୟୋଜିତ କରାଯାଇଛି ।

ବିଶ୍ବାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୁପ । ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ମେଳା ଆସନ୍ତା ୭ ଦିନ ଧରି ଚାଲିବ ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି ।
