ବାରିପଦା ବ୍ଲକ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ
ବାରିପଦା : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ବାରିପଦା ବ୍ଲକ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଓ ଦୁଇ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବାରିପଦା ବ୍ଲକ ଓ ମ୍ୟୁନିସିପାଲିଟି ଅନ୍ତର୍ଗତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ପ୍ରାୟ ୪୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ମଲ୍ଲିକ ମୁଖ୍ୟ ଅତିଥି ଭାବେ ଓ ୧୫ ନଂ ୱାର୍ଡ କାଉନସିଲର ନିରୁପମା ମହାନ୍ତି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଏହି ଖେଳକୁଦ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ସାଙ୍ଗଠନିକ ସମ୍ପାଦକ କଳ୍ପନା ମହାନ୍ତ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଓ ବିଭିନ୍ନ ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ଓ କ୍ରିକେଟ ସମେତ ୧୪ ବର୍ଷ ଓ ୧୬ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବିଭାଗରେ ଦୌଡ଼, ଡିଆଁ, ଡ଼ିସକାସ ଓ ସଟପୁଟ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ବିରସିଂ ମାଝୀ ୮୦୦ ମି, ୧୫୦୦ମି ଓ ୩୦୦୦ମି, କାଜଲ ମୁର୍ମୁ ୧୦୦ ମି ଓ ୨୦୦ ମି, ଲିଲିମଣି ସିଂହ ୪୦୦ ମି, ୮୦୦ ମି, ୧୫୦୦ ମି ଓ ୩୦୦୦ ମି, ବାଲହି ମୁର୍ମୁ ୧୦୦ ମି, ୨୦୦ ମି, ୪୦୦ ମି ଓ ୬୦୦ ମି, କିସୁନ ବାସ୍କେ ୧୦୦ ମି ଓ ୨୦୦ ମି, ସୁକୁଲ ବାସ୍କେ ୪୦୦ ମି ଓ ୬୦୦ ମି ଦୌଡ଼ରେ , ମୁନି ହେମ୍ବ୍ରମ ଉଚ୍ଚ ଡିଆଁ ଓ ଲମ୍ବ ଡିଆଁ, ତୁଳସୀ ମୁର୍ମୁ ସଟପୁଟ ଓ ଡ଼ିସକାସ ଥ୍ରୋ, ଲକ୍ଷ୍ମଣ ହେମ୍ବ୍ରମ ଉଚ୍ଚ ଡିଆଁ ଓ ଡ଼ିସକାସ ଥ୍ରୋରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତୀ ପଟ୍ଟନାୟକ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I
