ବାରବାଟୀ ଟି-୨୦ : ମେ ଫେୟାରରେ ରହିବେ ଖେଳାଳି, ଖାଇବେ ଓଡ଼ିଆ ଖାଦ୍ୟ
ଭୁବନେଶ୍ଵର: ବାରବାଟୀ ଟି-୨୦ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଉ ମାତ୍ର ୩ ଦିନର ଅପେକ୍ଷା । ରବିବାର ବାରବାଟୀରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍। ଭୁବନେଶ୍ଵର ସ୍ଥିତ ମେ ଫେୟାର ହୋଟେଲ୍ରେ ରହିବେ ଖେଳାଳି। ଏଠାରୁ କଡା ସୁରକ୍ଷା ବଳୟ ଭିତରେ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ୍ ଏବଂ ମ୍ୟାଚ୍ ଖେଳିବାକୁ ଯିବେ। ଏହାକୁ ଦୃଷ୍ଟିରେ ରଖି ମେ ଫେୟାର ହୋଟେଲ୍ କର୍ତ୍ତୃପକ୍ଷ ଖେଳାଳିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି।
ଶଙ୍ଖ ଫୁଙ୍କି ଘୋଡା ନାଚ ପରିବେଷଣ କରି କ୍ରିକେଟ ଖେଳାଳିଙ୍କୁ ସ୍ୱାଗତ କରିବେ ମେ ଫେୟାର ହୋଟେଲ। ମେ ଫେଆର ହୋଟେଲର ଖେଳାଳିଙ୍କ ପାଇଁ ୧୦୦ଟି ରୁମ୍ ବୁକ ହୋଇଛି। ଏଥର ଓଡ଼ିଆ କାଉଣ୍ଟରରେ ରହିବ ଓଡ଼ିଆ ପିଠା। ଓଡ଼ିଆ ଖାଦ୍ୟ ଭାତରେ କାନିକା ରହିବ। ମ୍ୟାଚ୍ ସରିବା ପରେ ଯେଉଁ ଟିମ ବିଜୟୀ ହେବେ ସେମାନଙ୍କ ପାଇଁ କେକ୍ କାଟି ମଉଜ କରିବେ। କ୍ରିକେଟ ଟିମ ଖେଳାଳିଙ୍କ ପାଇଁ ଜିମ, ସୁଇମିଙ୍ଗ, ଟେନିସ ଖେଳିବାର ବ୍ୟବସ୍ଥା କରାଯାଇଛି। କୋଭିଡ ଗାଇଡଲାଇନକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ସେହିପରି ଭୁବନେଶ୍ୱର ଡିସିପି ମେଫେୟାର ହୋଟେଲର ସୁରକ୍ଷା କର୍ଡ଼ନ ପାଇଁ ତଦାରଖ କରିଛନ୍ତି। କେହି ସାଧାରଣ ଲୋକଙ୍କୁ ଭିତରକୁ ଛଡା ଯିବ ନାହିଁ। ମେଫଆର ହୋଟେଲର ଚାରି ପାର୍ଶ୍ଵରେ କଡା ପହରା ଦେବେ ବନ୍ଧୁକଧାରୀ ପୋଲିସ ଯବାନ। ଏଆରପୋର୍ଟରୁ ମେଫେୟାର ହୋଟେଲ ପର୍ଯ୍ୟନ୍ତ କଡା ସୁରକ୍ଷା ବଳୟ କରିବ କମିଶନରେଟ ପୋଲିସ।
