ବଣିଆଡ଼ିହା-ଲଙ୍ଗଳେଶ୍ୱର ମୁଖ୍ୟ ରାସ୍ତା ଶୋଚନୀୟ, ସାମାନ୍ୟ ବର୍ଷାରେ କୃତ୍ରିମ ହ୍ରଦ
ଲଙ୍ଗଳେଶ୍ୱର : ବାଲିଆପାଳ ବ୍ଲକ ଅନ୍ତର୍ଗତ ବଣିଆଡ଼ିହା ପଞ୍ଚାୟତର ବଣିଆଡ଼ିହା ଠାରୁ ଲଙ୍ଗଳେଶ୍ୱର ମୁଖ୍ୟ ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ବର୍ଷା ପାଣି ଜମି ରହିବା ଫଳରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ପ୍ରତ୍ୟକ ଦିନ ହଜାର ହଜାର ଲୋକ ଏହି ରାସ୍ତାରେ ଯାତାୟତ କରୁଥିବା ବେଳେ ଖାଲରେ ପଡ଼ି ଛୋଟ ବଡ ଦୁର୍ଘଟଣା ଘଟି ଆହତ ହେଉଛନ୍ତି ।
ଅସରାଏ ବର୍ଷା ହେଲେ ରାସ୍ତାରେ ଯିବା ଅସମ୍ଭବ ହୋଇ ପଡୁଛି । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଗୁଡ଼ିକରେ ବର୍ଷା ପାଣି ଜମା ହେବାରୁ ଲୋକମାନେ ଯାତାୟତରେ ଅସୁବିଧାରେ ସମ୍ମୁଖୀନ ହେବା ସହ ଛାତ୍ରୀଛାତ୍ରମାନେ ସ୍କୁଲକୁ ଯିବା ପାଇଁ ଅସୁବିଧାରେ ସମୁଖୀନ୍ନ ହେଉଛନ୍ତି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି ପାଇଁ ହେମନ୍ତ ବାରିକ, ନଗେନ ସାହୁ, ସୂର୍ଯ୍ୟକାନ୍ତ ଜେନା, ବିଜୟ ପାତ୍ର ପ୍ରମୁଖ ଦାବି କରିଛନ୍ତି । ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ରାସ୍ତା ମରାମତି ନ କରାଯାଏ ତାହାଲେ ଅଞ୍ଚଳବାସୀ ରାସ୍ତା ରୋକ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
