ବାଲେଶ୍ୱର : ୫ ଫୁଟ୍ ଲମ୍ବର ଧଳା ନାଗ ଉଦ୍ଧାର
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘର ଭିତରୁ ରବିବାର ସାଢେ ୫ ଫୁଟ୍ ଲମ୍ବର ଏକ ଧଳା ନାଗ ସାପ ଉଦ୍ଧାର ହୋଇଛି । ଏହି ସାପଟି ତାଙ୍କ ଘର ଭିତରେ ଥିବା ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁବ୍ରତ କୁମାର ପ୍ରଧାନ ପହଞ୍ôଚ ସାପଟିକୁ ଉଦ୍ଧାର କରିଥିଲେ । ଏହା ପରେ ସାପଟିକୁ ମୟୁରଭଞ୍ଜର ବାମଡ଼ା ଜଙ୍ଗଲର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ିଦିଆଥିବା ଜଣାପଡ଼ିଛି ।
