ବାଲେଶ୍ୱର : ରୂପସା ଟ୍ରକ ମାଲିକ ସଙ୍ଘର ପ୍ରଥମ ବୈଠକ ଅନୁଷ୍ଠିତ
ରୂପସା : ବାଲେଶ୍ୱର ଜିଲା ଅନ୍ତର୍ଗତ ରୂପସା ମାଲଗୋଦାମ ଟ୍ରକ ମାଲିକ ସଂଘର ପ୍ରଥମ ବୈଠକ ସ୍ଥାନୀୟ ରାହା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଦସ୍ୟ ସଞ୍ଜୟ କୁମାର ସେଠୀ ବୈଠକରେ ସଭାପତିତ୍ୱ କରିଥିଲେ । ସଙ୍ଘର ସଭାପତି ଜଳଧର ପରିଡ଼ା, ଉପ-ସଭାପତି ମନୋରଞ୍ଜନ ନାୟକ, ସମ୍ପାଦକ ସୁଜୟ କୁମାର ଗିରି, ସହ-ସମ୍ପାଦକ ମୃତୁଞ୍ଜୟ ବେହେରା, କୋଷାଧକ୍ଷ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ସଙ୍ଘର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସଙ୍ଘ ସଦସ୍ୟ ସୃଷ୍ଟିଧର ବେହେରା, ମନୋରଞ୍ଜନ ପରିଡା,ରାମକୃଷ୍ଣ ଲେଙ୍କା, ତ୍ରିଲୋଚନ ପରିଡ଼ା,ପପୁ ମାଝୀ,ଶୁଭଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ରୂପସା ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସଙ୍ଘର ଶୁଭେଛୁ କମିଟିରେ ସାମିଲ କରାଯାଇଥିଲା । ସମସ୍ତ ଶୁଭେଛୁ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ସମସ୍ତ ଟ୍ରକ ମାଲିକଙ୍କ ଟ୍ରକ ଚଳାଚଳ, ଧୂଳି ରାସ୍ତାରେ ପାଣି ସିଞ୍ଚନ, ମାଲଗୋଦାମ ପାର୍ଶ୍ୱରେ ଥିବା ରାସ୍ତାର ସମ୍ପ୍ରସାରଣ, ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାରାରୋପଣ ଆଦି କାର୍ଯ୍ୟକ୍ରମ ସହ ଶ୍ରମିକଙ୍କର ସାମଗ୍ରିକ ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
