ବାଲେଶ୍ୱର : ଆଜି ବିଦ୍ୟୁତ୍ ସରବରାହ (୬ ଘଣ୍ଟା) ବନ୍ଦ ରହିବ
ବାଲେଶ୍ଵର : ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ସୂଚନା । ବାଲେଶ୍ୱର ଜିଲାରେ ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ୍ ସରବରାହ।
ଏମରଜେନ୍ସି ଗ୍ରିଡର ବାର୍ଷିକ ମେଣ୍ଟେନାନ୍ସ ପାଇଁ ଆଜି (ଗୁରୁବାର) ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ବାଲେଶ୍ଵର ସହର ସମେତ ରେମୁଣା, ନୀଳଗିରି ଓ ସଦର ବ୍ଲକରେ ବିଦ୍ୟୁତ୍ ସେବା ବନ୍ଦ ରହିବ। ତେଣୁ ସମସ୍ତ ଉପଭୋକ୍ତା ପୂର୍ବ ପ୍ରସ୍ତୁତି କରିବାକୁ ଟିପିଏନଓଡିଏଲ ବାଲେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।
