ବାଲେଶ୍ୱର : ଭାରସାମ୍ୟ ହରାଇ ରେଳ ଫାଟକ ଭାଙ୍ଗି ଟ୍ରାକରେ ଚଢ଼ିଗଲା କଣ୍ଟେନର
ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ବାମପଦା ଛକ ନିକଟରେ ଭାରସାମ୍ୟ ହରାଇ ରେଳ ଫାଟକ ଭାଙ୍ଗି ଟ୍ରାକକୁ ଚଢ଼ିଗଲା ଏକ କାର୍ ବୋଝେଇ କଣ୍ଟେନର । ଗୋଟିଏ କାରକୁ ବଞ୍ଚାଇବାକୁ ଯାଇ କଣ୍ଟେନର ରେଳ ଧାରଣାକୁ ପଶିଯାଇଛି । ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ କଣ୍ଟେନର ଚଳାଉଥିବା ଜଣାପଡିଛି । ପୋଲିସ ତାକୁ ଅଟକ ରଖିଛି । କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରରେ ନୂଆ କାର୍ ଲୋଡ୍ ହୋଇଛି।
ପୂର୍ବାହ୍ନ ସମୟରେ ବାମପଦା ଛକ ନିକଟରେ ଗୋଟିଏ କମ୍ପାନୀର କାର୍ ଟେଷ୍ଟ ଡ୍ରାଇଭ କରୁଥିବା ସମୟରେ କଣ୍ଟେନର ସାମ୍ନାକୁ ଆସି ଯାଇଥିଲା । କାର୍କୁ ବଞ୍ଚାଇବାକୁ ଯାଇ କଣ୍ଟେନରଟି ଭାରସାମ୍ୟ ହରାଇ ରେଳଧାରଣକୁ ପଶିଯାଇଥିଲା । ଘଟଣାରେ କାର୍ର କ୍ଷତି ହେବା ସହ କଣ୍ଟେନର ମଧ୍ୟ କ୍ଷତି ହୋଇଥିଲା । କାର୍ରେ ଥିବା ୨ ଜଣ ଓ କଣ୍ଟେନର ଡ୍ରାଇଭର ସାମାନ୍ୟ ଆହତ ହୋଇଥିଲେ । ଦୀର୍ଘ ସମୟ ପରେ କଣ୍ଟେନରଟିକୁ ରେଳବିଭାଗ ସହାୟତାରେ କ୍ରେନ ସାହାଯ୍ୟରେ ଉଠା ଯାଇଥିଲା ।
