ବାଲେଶ୍ଵର : ଡ୍ରେନ କାର୍ଯ୍ୟକୁ ନେଇ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ପିଟିପିଟି ହତ୍ୟା !
ବାଲେଶ୍ଵର : ବାଲେଶ୍ଵର ସହରରେ ଯୁବକଙ୍କୁ ହତ୍ୟା । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଟାଉନ୍ ଥାନା ଅନ୍ତର୍ଗତ ନନା ହୋଟେଲ ନିକଟରେ ଘଟିଛି ହତ୍ୟାକାଣ୍ଡ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ତାହା ଏବେବି ଅସ୍ପଷ୍ଟ ରହିଛି । ମୃତ ଯୁବକ ଜଣକ କୁଡିଆ ଅଞ୍ଚଳର ରାଜେଶ ପଣ୍ଡା ବୋଲି ଜଣାପଡିଛି । ଯୁବକ ଜଣକ ଠିକା ସଂସ୍ଥାର ସୁପରଭାଇଜର ଥିଲେ ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଡ୍ରେନ କାର୍ଯ୍ୟକୁ ନେଇ ତାଙ୍କର ମାଧବ ପାଢ଼ୀ ନାମକ ଯୁବକ ସହିତ ବଚସା ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ରାତି ଗୋଟାଏ ବେଳେ ମାଧବ ଏକ ଧୁର୍ମସରେ ରାଜେଶଙ୍କ ମୁଣ୍ଡରେ ପିଟି ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ଘଟାଇବା ପରେ ମାଧବ ନିଜକୁ ଥାନାରେ ଆତ୍ମସମର୍ପଣ କରିଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ। ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
