ବାଲେଶ୍ୱର : ଛତୁ ଚାଷ ପ୍ରଶିକ୍ଷଣ ଶିବିର
ରୂପସା : ବାଲେଶ୍ୱର ସଦର ବ୍ଲକ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ଆଘିରିଆ ଗ୍ରାମରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ଼ ସହାୟତାରେ ‘ଦିଶା’ ସ୍ୱେଛାସେବୀ ସଂଗଠନ ଆନୁକୂଲ୍ୟରେ ଜିପିଏଲ୍ଏଫ୍ର ସଭ୍ୟାସଭ୍ୟଙ୍କୁ ନେଇ ଏହି ଶିବିର ଆୟୋଜିତ ହୋଇଥିଲା । ଶିବିର ମାଧ୍ୟମରେ ମହିଳା ସ୍ୱାବଲମ୍ବୀ ହେଲେ ଆର୍ôଥକ ବିକାଶ ସମ୍ଭବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ବାଲେଶ୍ୱର ନାବାର୍ଡ ଡିଡ଼ିଏମ୍ ତାପସ ରଞ୍ଜନ ପ୍ରଧାନ, ମିଶନ ଶକ୍ତି ଡିପିସି କାର୍ତ୍ତିକ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଏଫ୍ଏଲ୍ସି ଜଜେ୍ଞଶ୍ୱର ପ୍ରଧାନ, ଆଙ୍କୋ ଏମ୍ବିକେ କୁଞ୍ଜଲତା ବେହେରା, ଜିପିଏଲ୍ଏଫ୍ ସଭାପତି ସଂଯୁକ୍ତା ପଣ୍ଡା, ମାଷ୍ଟର ଟ୍ରେନର ପ୍ରମିର ଦାସ ପ୍ରମୁଖ ମଞ୍ଚାସୀନ ହୋଇ ଛତୁ ଚାଷର ବିଭିନ୍ନ ସୋପାନ ଓ ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ସଂଗଠନର ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ଜେନା ଶିବିରରେ ସଭାପତିତ୍ୱ କରି ମହିଳାମାନେ ଘରେ ରହି ଛତୁ ଚାଷ ମାଧ୍ୟମରେ ରୋଜଗାରକ୍ଷମ ହେବାକୁ ପରାମର୍ଶ ଦେଇଥିଲେ । ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ । ସଂଗଠନ ପକ୍ଷରୁ ଅନ୍ତର୍ଯ୍ୟାମୀ, ଉର୍ମିଳା, ସସ୍ମିତା, ସୁମତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
