ବାଲେଶ୍ୱର : ନୂତନ ଭତ୍ତା କାର୍ଡ଼ ବଣ୍ଟନ କଲେ ବିଧାୟକ ସ୍ୱରୂପ କୁମାର
ବାଲେଶ୍ୱର : ବାଲେଶ୍ୱର ମ୍ୟୁନିସିପାଲିଟି କାଉନସିଲ ହଲରେ ସହରର ବିଭିନ୍ନ ୱାର୍ଡ଼ରୁ ଆସିଥିବା ଲୋକଙ୍କୁ ନୂତନ ଭତ୍ତା କାର୍ଡ଼ ବଣ୍ଟନ କରିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଏବଂ ମ୍ୟୁନିସିପାଲିଟିର ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ ।
ମୋଟ ୨୬୨ ଗୋଟି ନୂତନ ଭତ୍ତା କାର୍ଡ଼ ବଣ୍ଟନ ହେବାକୁ ଥିବା ବେଳେ ଗୁରୁବାର ମୋଟ ୩୧ ଗୋଟି କାର୍ଡ଼ ବଣ୍ଟନ କରାଯାଇଛି । ଏଥିସହ ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି ଭତ୍ତା ଟଙ୍କା ବୃଦ୍ଧି ପାଇଁ ଲୋକଙ୍କ ନିବେଦନ ପରେ ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାଇଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ପୌର ଉପ ନଗରପାଳ ମନୋଜ ରାଉତ, ପୂର୍ବତନ କାଉନ୍ସିଲର ସେଖ ସାକିର, ସେଖ ରାଜୁ, ବିଶ୍ୱଜିତ ମହାପାତ୍ର, କୈଳାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
