ବାଲେଶ୍ୱର : ୨୦ଟି ‘ସ୍ୱଚ୍ଛ ସବାରୀ’କୁ ଉଦ୍ଘାଟନ କଲେ ବିଧାୟକ
ବାଲେଶ୍ୱର :ବାଲେଶ୍ୱର ସହରକୁ ଆବର୍ଜନା ମୁକ୍ତ ଏବଂ ରାସ୍ତା ଘାଟରେ ସ୍ୱଚ୍ଛ ବାତାବରଣ ଆଣିବା ପାଇଁ ଆଉ ପାଦେ ଆଗେଇଲା ବାଲେଶ୍ୱର ପୌରପାଳିକା । ଏହି ପରିପ୍ରେକ୍ଷୀରେ ଗୁରୁବାର ବାଲେଶ୍ୱର ପୌରପାଳିକରେ ନୂତନ ୨୦ ଗୋଟି ବ୍ୟାଟେରୀ ଚାଳିତ ଓଦା ଓ ଶୁଖିଲା ଅଳିଆ ଆବର୍ଜନା ଉଠା ଗାଡି ‘ସ୍ୱଚ୍ଛ ସବାରୀ’ର ଶୁଭ ଉଦଘାଟନ ସହ ମ୍ୟୁନିସିପାଲିଟିର ପ୍ରତ୍ୟକ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ।
ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ସଶକ୍ତିକରଣକୁ ଗୁରୁତ୍ୱ ଦେବା ସହ ସ୍ୱାବଲମ୍ବୀ କରାଉଛନ୍ତି । ଏହି ଗାଡ଼ି ଗୁଡିକ ବାଲେଶ୍ୱର ପୌରପାଳିକାର ଏସ୍ଏଚ୍ଜି ମହିଳାମାନଙ୍କ ଦ୍ୱାରା ବିଭିନ୍ନ ୱାର୍ଡ଼ରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବା ସହ ଏମସିସି ସେଣ୍ଟରରେ ପହଞ୍ଚି ଜୈବଖତ ପ୍ରସ୍ତୁତ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପ ନଗରପାଳ ମନୋଜ ରାଉତ, କୈଳାଶ ସେଠି, ଅମିତ କୁମାର ନାୟକ, ଶେଖ ସାକିର ଖାଁ, ସେକ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।

