ବାଲେଶ୍ୱର : ଆହତ ରାମ ଭାଲୁ ଉଦ୍ଧାର
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ପଞ୍ଚାୟତ ଅଧିନ ଗୋଡିଖୋଳା ଗାଁ ରୁ ଏକ ଆହତ ରାମ ଭାଲୁକୁ (Honey Badger) ଉଦ୍ଧାର କରାଯାଇଛି। କୁଲଡ଼ିହା ଅଭୟାରଣ୍ୟର ଦେବଗିରି ପାହାଡ଼ ପାଦଦେଶରେ ଉକ୍ତ ଗାଁ ଅବସ୍ଥିତ । ତେବ ସୋମବାର ସକାଳେ ୭ଟା ୩୦ ସମୟରେ ଉକ୍ତ ଅଞ୍ଚଳରେ ଥିବା ଏକ ଘର ବାଡ଼ିରେ ରାମ ଭାଲୁ ଟି ଆହତ ଅବସ୍ଥାରେ ପଡିରହିଥିଲା। ଗ୍ରାମବାସୀଙ୍କ ଦ୍ୱାରା ତାକୁ ଉଦ୍ଧାର କରା ଯାଇ କୁଲଡିହା ବନବିଭାଗକୁ ଖବର ଦିଆଜାଇ ଥିଲା। ବନବିଭାଗ ଉକ୍ତ ସ୍ଥାନରେ ପହଞ୍ଚି ଛୁଆ ରାମ ଭାଲୁକୁ ଉଦ୍ଧାର କରି କୁଲଡିହା ବନବିଭାଗ ଅଫିସ୍ ପଶୁ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଇଛି। ଅଭୟାରଣ୍ୟ ରେ ଛାଡି ଦିଆଜିବ ରେଜର ମନ୍ବୱାର ଖାଁଙ୍କ ସ୍ବଚନା।
