ବାଲେଶ୍ୱର : ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ସାହିତ୍ୟ ପ୍ରତିଯୋଗିତାରେ ଜଗନ୍ନାଥ ସଂସ୍କୃତିର ଆଲୋଚନା ଚକ୍ର ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ନୂଆ-ଓ ଦ୍ୱାରା ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ଆଲୋଚନା ଚକ୍ର ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ହରିଶ୍ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ଅଧ୍ୟକ୍ଷ ପଣ୍ଡିତ ସଞ୍ଜୟ କୁମାର ପଣ୍ଡା ଏବଂ ବାଗୀଶ୍ୱର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ ଆଲୋଚକ ଭାବେ ମଞ୍ଚାସୀନ ରହି ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଆଲୋଚନା ଚକ୍ର ପରେ ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମରଜିତ କରଙ୍କ ସମେତ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଭାଗବତ ଭୂୟାଁ ଓ କାର୍ଯକ୍ରମର ନୋଡ଼ାଲ ଅଧିକାରୀ ଡ. ବୈଶାଲିନୀ ପଣ୍ଡା ଦେଇ ଅଭିଭାଷଣ ରଖିଥିଲେ । ଶେଷରେ ୫ ଦିନ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତାର ବିଜୟୀ ମାନଙ୍କୁ ଯଥାକ୍ରମେ ୩୦୦୦, ୨୦୦୦ ଓ ୧୦୦୦ ଆର୍ôଥକ ପୁରସ୍କାର ସହ ଟ୍ରଫି ଓ ମାନପତ୍ର ବିତରଣ କରାଯାଇଥିଲା । ମଞ୍ଚ ଆହ୍ୱାନ ଅଧ୍ୟାପକ ଲକ୍ଷ୍ମୀନାରାୟଣ ନାୟକ କରିଥିଲାବେଳେ ମଞ୍ଚ ପରିଚାଳନା କାର୍ଯକ୍ରମର ନୋଡ଼ାଲ ଅଫିସର ଅଧ୍ୟାପିକା ଡ. ପଣ୍ଡା, ଅତିଥି ପରିଚୟ ଆଧ୍ୟାପକ ପିତାମ୍ବର ବେହେରା କରିଥିଲା ବେଳେ ଧନ୍ୟବାଦ ଅର୍ପଣ ଅଧ୍ୟାପିକା ଜୟ ଶ୍ରୀ ଗାହାଣ କରିଥିଲେ । ଅଧ୍ୟାପକ କୁଞ୍ଜ ବିହାରୀ ମହାନ୍ତି ଓ ଅଧ୍ୟାପିକା ଶାଶ୍ୱତୀ ଦାସ ମହାପାତ୍ର ପ୍ରତିଯୋଗିତାର ପରିଚାଳନା କରିଥିଲେ । ଡ . ଅଞ୍ଜନା ବେହେରା ଓ ଡ. ସନାଲିସା ମହାନ୍ତି ଅତିଥିମାନଙ୍କୁ ସମ୍ମାନିତ କରିଥିଲେ । ମଞ୍ଚ ପରିଚାଳନାରେ ଅଧ୍ୟାପିକା ମିତାଲି ରାଉତ ରାୟ, ବନିତା ମାଝୀ, ଶୁଭଶ୍ରୀ ସ୍ୱାଇଁ, ଅଙ୍କିତା ମହାନ୍ତି, କବିତା ପ୍ରଧାନ, ପ୍ରିୟଙ୍କା ପତିଙ୍କ ସମେତ ଅଧ୍ୟାପକ ପ୍ରଦୀପ କୁମାର ଗଂଗେଇ, ସୁଜିତ୍ କୁମାର ଦାସ, ଶୁଭମ୍ କୁମାର ଦାସ, ବିନୀତ କୁମାର ପାଢ଼ୀ, ମନୋରଞ୍ଜନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
