ବାଲେଶ୍ୱର ଜିଲା ଜୁନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ଜୁନିୟର ଆନ୍ତଃ କ୍ଲବ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି । ଏହି ପ୍ରତିଯୋଗୀତା ଆସନ୍ତା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ପରମିିଟ ପଡ଼ିଆ ଓ ଇସାଣି ପଡ଼ିଆ ଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗତା ମୋଟ ୮ ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ସମସ୍ତ ମ୍ୟାଚ ଲିଗ ଭିତିରେ ହେବ ।
ପ୍ରତିଯୋଗିତାକୁ ଜିଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧିପ ଦାସ ଉଦ୍ଘାଟନ କରି ଖେଳାଳୀମାନଙ୍କ ସହିତ ପରିଚିତ ହୋଇଥିଲେ । ପ୍ରଥମ ମ୍ୟାଚ ଜଷ୍ଟ କ୍ରିକେଟ ଏକାଡ଼େମୀ ଓ ଆର୍ଦଶ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥଲା । ପ୍ରଥମେ ଟସ ଜିତି ଜଷ୍ଟ କ୍ରିକେଟ୍ ଏକାଡେମି ବ୍ୟାଟିଂ କରି ୨୯.୫ ଓଭରରେ ୧୦ ଉଇକେଟ ହରାଇ ୧୨୪ ରନ ସଂଗ୍ରହ କରିଥିଲେ । ଜଗଦିଶ ସ ୫୩ ରନ ସଂଗ୍ରହ କରିଥିଲେ । ଜବାବରେ ଆର୍ଦଶ କ୍ଲବ ୪ଟି ବଲ୍ ବାକିଥାଇ ୮ଟି ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରି ମ୍ୟାଚ୍ ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ବିବେକ ନାୟକ ସର୍ବାଧିକ ୫୩ ରନ ସଂଗ୍ରହ କରିଥିଲେ ।
ଖେଳ ଉଦ୍ଘାଟନ ସମୟରେ ଜିଲା କ୍ରୀଡ଼ା ସଂଘର ଯୁଗ୍ମ ସମ୍ପାଦକ(କ୍ରିକେଟ) ସୁଜୟ କୁମାର ଆଚାର୍ଯ୍ୟ, ଜଗଦୀଶ ବେହେରା, ସଞ୍ଜୟ ଲେଙ୍କା, କାର୍ତ୍ତିକ ଚନ୍ଦ୍ର୍ର ନାୟକ, କୋଷାଧ୍ୟକ୍ଷ ଅମର ମହାନ୍ତି, ପ୍ରଦିପ କୁମାର ଦାସ, ନିମାଇ ଚରଣ ରାଉତରାୟ, ଜନ୍ମଜୟ ଦେ, ଅଜିତ ପାତ୍ରଙ୍କ ସମେତ ଜିଲା କ୍ରୀଡ଼ାସଂଘର ସମସ୍ତ କର୍ମକର୍ତ୍ତା ଓ ଦର୍ଶକ ମାନେ ଉପସ୍ଥିତ ହୋଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ମ୍ୟାଚ୍କୁ ଅମ୍ପାୟାର ସାନ୍ତନୁ ଦାସ ଓ ଅଶ୍ୱନି ସାମଲ ପରିଚାଳନା କରିଥିଲେ । ସୌମେଦ୍ର ସାହୁ ଓ ଏସ୍ବି ସିମରନ ସ୍କୋରର ଥିଲେ ।
