ବାଲେଶ୍ୱର ଜିଲା ବାରିକ ସମିତି ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ବାରିକ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଆଇନ ପରାମର୍ଶଦାତା ଆଇନଜୀବୀ ଅରବିନ୍ଦ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଆସନ୍ତା ୨୭ ତାରିଖରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ହେବାକୁ ଥିବା ସଂଗଠନର ୮୪ତମ ବାର୍ଷିକ ସମ୍ମିଳନୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଦିନ ସେଲୁନ ବନ୍ଦ ସହ ସମସ୍ତ ବାରିକ ଭାଇ ସମ୍ମିଳନୀରେ ଯୋଗଦାନ ପାଇଁ କୁହାଯାଇଛି । ସକାଳ ୯ ଘଟିକାରୁ ଏହି ସମ୍ମିଳନୀ ଆରମ୍ଭ ହୋଇ ଅପରାହ୍ଣ ପର୍ଯ୍ୟନ୍ତ ଚାଲିବ । ଏଥିରେ ବାରକ ଭାଇଙ୍କ ବିଭିନ୍ନ ସମସ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଗଣେଶ ବାରିକ, ହରେକୃଷ୍ଣ ବାରିକ, ରମାକାନ୍ତ ବାରିକ, ପ୍ରନ୍ନ୍ ବାରିକ, ସନ୍ତୋଷ ବାରିକ, ରାଜେନ୍ଦ୍ର ବାରିକ, ରମାକାନ୍ତ ବେଜ, ରବୀନ୍ଦ୍ର ବେଜ, ସତ୍ୟନାରାୟଣ ମାନ୍ନା, ଶଙ୍କର ମାନ୍ନା, କରୁଣାକର ବାରିକଙ୍କ ସମେତ ବହୁ ସେଲୁନ କାରିଗର ଆଜିର ଏହି ବୈଠକରେ ଉପସ୍ଥିତ ଥିଲେ ।
