ବାଲେଶ୍ୱର : ବାଡ଼ିରେ ଛେଳି ପଶିବାକୁ କେନ୍ଦ୍ରକରି ଦମ୍ପତ୍ତିଙ୍କୁ ଖଣ୍ଡାରେ ଆକ୍ରମଣ
image of a robbers hands holding a knife in the shadows.
ବସ୍ତା : ବାଲେଶ୍ୱର ସଦର ବ୍ଲକର ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ଖଡ଼ିକାପଦା ଚକ ଗ୍ରାମରେ ସ୍ୱାମୀ ଗୌରାଙ୍ଗ ରଣା ଓ ତାଙ୍କ ସ୍ତ୍ରୀ ପଦ୍ମିନୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଗୁରୁବାର ବସ୍ତା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ବାଡ଼ିରେ ଛେଳି ପଶିବାକୁ କେନ୍ଦ୍ରକରି ଗୌରାଙ୍ଗଙ୍କ ଦୁଇ ଭାଇ ଖୋକନ ଓ ଗୋପାଳ ମିଶି ବୁଧବାର ରାତିରେ ଉକ୍ତ ଦମ୍ପତ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିବା ଏତେଲାରେ ଦର୍ଶାଯାଇଛି । ଗୁରୁତର ଆହତ ଗୌରାଙ୍ଗ ଭୟରେ ନଦୀ ଆରପଟକୁ ପଳାଇବାକୁ ସକ୍ଷମ ହୋଇଥିଲେ । ମାତ୍ର ପଦ୍ମିନୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀକାନ୍ତ ଜେନା ଘଟଣା ସ୍ଥଳରେ ପହଞ୍ôଚ ପୋଲିସକୁ ସୂଚନା ଦେବାରୁ ବସ୍ତା ଥାନା ପୋଲିସ ପହଞ୍ôଚ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପଦ୍ମିନୀଙ୍କ ବାପା ବରେନ୍ଦ୍ର ମିସ୍ତ୍ରୀ ବସ୍ତା ଥାନାରେ ପହଞ୍ôଚ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିଲେ ହେଁ ଏଯାବତ୍ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ ।
