ବାଲେଶ୍ବର : ଆମ୍ବୁଲାନ୍ସ-ଭ୍ୟାନ୍ ମୁହାଁମୁହିଁ ଧକ୍କା, ୫ ଗୁରୁତର
ବାଲେଶ୍ବର : ବାଲେଶ୍ବର ଜିଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆମ୍ବୁଲାନ୍ସ-ଭ୍ୟାନ୍ ମୁହାଁମୁହିଁ ଧକ୍କା। ଫଳରେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ଆମ୍ବୁଲାନ୍ସ ବାଲେଶ୍ବର ଜିଲା ମୁଖ୍ୟଚିକିତ୍ସାଳୟକୁ ଯାଉଥିଲା । ଏହି ସମୟରେ ମିରିଗୁମୁଣ୍ତି ଛକ ନିକଟରେ ଏକ ପିକଅପ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସମେତ ୫ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ରୂପ୍ସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ବାଲେଶ୍ବର ହସ୍ପିଟାଲକୁ ପଠାଇଥିବା ଜଣାପଡିଛି ।
