ବାଲେଶ୍ୱର : ଯବାନଙ୍କ ଉଦ୍ଦେଶ୍ୟରେ ୫ହଜାର ରାକ୍ଷୀ ପଠାଇଲା ଏବିଭିପି
ବାଲେଶ୍ୱର : ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ୱର ଜିଲା ତରଫରୁ ‘ରାକ୍ଷୀ ଫର ସଲଜର୍ସ’ ଅଭିଯାନ ଆରମ୍ଭ କରାଯାଇଛି । ଘର ପରିବାର ଠାରୁ ଦୂରରେ ଦେଶ ମାତୃକାର ସେବାରେ ସର୍ବଦା ନିଯୋଜିତ ଥିବା ଭାରତୀୟ ଯବାନମାନଙ୍କ ପାଇଁ ଏବିଭିପି ୫ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ରାକ୍ଷୀ ଓ ପତ୍ର ପ୍ରେରଣ କରିଛି ।

ପ୍ରକାଶ ଥାଉ କି ବାଲେଶ୍ୱର, ଭୋଗରାଇ, ନୀଳଗିରି ଓ ରସାଳପୁର ଆଦି ନଗରର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଶିକ୍ଷୟତ୍ରୀଶିକ୍ଷକ, ଅଧ୍ୟାପିକାଅଧ୍ୟାପକ ଏବଂ ଛାତ୍ରୀଛାତ୍ରଙ୍କ ଠାରୁ ସଂଗୃହୀତ ପ୍ରେମର ଡୋରି ରାକ୍ଷୀ ଓ ପତ୍ରକୁ ରେଳ ଡାକ ସେବା ଯୋଗେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସେନାର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି । ବାଲେଶ୍ୱରରୁ ଏବିଭିପିର ବିଭାଗ ଏସ୍ଏଫ୍ଡ଼ି ସଂଯୋଜକ ଶୁଭ୍ର ସମ୍ବିତ ନାୟକ, ଜିଲା ସହ-ସଂଯୋଜିକା ସ୍ୱାତୀ ସାଗରିକା ଦେ, ନଗର ସହ-ସମ୍ପାଦକ ଭବେଶ ତରାଇ, ରାହୁଲ ଦାସ, ପୂର୍ଣ୍ଣଶଶି ବାରିକ, ରୁଚିସ୍ମିତା ଗିରି, ସୌମ୍ୟାସାଇ ବାରିକ, ଭୋଗରାଇରୁ ଜିଲା ସଂଯୋଜକ ପ୍ରଦୀପ କୁମାର ମଣ୍ଡଳ, ନଗର ସହ-ସମ୍ପାଦକ ସୁବ୍ରତ ପ୍ରଧାନ, ପ୍ରିୟଙ୍କା ସାହୁ, ସୌମ୍ୟାଶ୍ରୀ ପ୍ରଧାନ, ରଞ୍ଜୁରେଖା ସୁର, ସ୍ୱପ୍ନାରାଣୀ ସାହୁ, ତୁଳସୀ ଜେନା, ଅମୃତା ଦାସ, ସନ୍ଧ୍ୟାରାଣୀ ବେହେରା, ବୈଶାଖୀ ବାରିକ, ରାଜଶ୍ରୀ ସାହୁ, ଶିବଶଙ୍କର ପଣ୍ଡା, ନୀଳଗିରିରୁ ବିଭାଗ ସାମାଜିକ ଗଣମାଧ୍ୟମ ସଂଯୋଜକ ଗୋପୀବଲ୍ଲଭ ରାଉତ, ଜିଲା ସହ-ସଂଯୋଜକ ସଞ୍ଜୀବ କୁମାର ମହାରଣା, ନଗର ସହ-ସମ୍ପାଦିକା ଗୀତାଞ୍ଜଳି ମହାନ୍ତି, ଅଲିଭା ନାୟକ, କୁଲଦୀପ କେଶି, ଗଣେଶ୍ୱର ମାଝୀ, ଅଭିଜିତ ସିଂ, ରସାଳପୁରରୁ ଫାଲଗୁନି ଦାସ, ଗଣେଶ ପାତ୍ର, ଦିବ୍ୟରଞ୍ଜନ ଜୀ, ମମତା ମଲ୍ଲିକ, ରିତେଶ ଜୀ ,ଦୀପକ କୁମାର ଦାସ, କ୍ରିଷ୍ଣାରାଣୀ ମଲ୍ଲିକ ପ୍ରମୁଖ ଏହି ଅଭିଯାନକୁ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ । ସାଧାରଣରେ ବିଦ୍ୟାର୍ଥୀ ପରିଷଦର ଏହି ମହତ ଅଭିଯାନକୁ ପ୍ରଶଂସା କରାଯାଇଛି ।
