ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୯ତମ ଦିବସ
26273938 - football or soccer ball at the kickoff of a game with sunset
ବଲାଙ୍ଗିର : ବଲାଙ୍ଗିର ଜିଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ପ୍ରଥମ ସେମିଫାଇନାଲ ଖେଳ ପଲ୍ଲିଶ୍ରୀ ଷ୍ଟଡିୟମ ସଦାଇପାଲି ଠାରେ ଅନୁଷ୍ଠିତ ହୋଇଥିଲା । ଏପିଜେ ଲୋଇସିଂହା ୩-୧ ଗୋଲରେ ସିସିଏଫ୍ଏ କୁ ହରାଇ ଫାଇନାଲକୁ ପ୍ରବେଶ କରିଛି । କ୍ରିଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖେଳରେ ଫୁଟବଲ ଏସୋସିଏସନ ଅଫ୍ ଓଡିଶା ତଥା ଜିଲ୍ଲା କ୍ରିଡା ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର, ଜିଲ୍ଲା କ୍ରିଡା ଅଧିକାରୀ ପରାଶର ବାଗ ଓ ପୂର୍ବତନ ଖେଳାଳି ସୁନିଲ ଚନ୍ଦ୍ର ବିଶ୍ୱାଲ ଅତିଥି ଭାବରେ ଯୋଗ ଦେଇଥିଲେ । ରେଫରି ଭାବରେ ଅବଦୁଲ ମୁଜିବ, ସୁଧାଂଶୁ ସେଠ, ରାଜେନ୍ଦ୍ର ଧରୁଆ ଓ ଖଲିଉର ରହେମାନ ଖେଳ ପରିଚାଳନା କରିଥିଲେ ।
ସେହିପରି ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ମହିଳା ଫୁଟବଲ ପ୍ରଥମ ଖେଳରେ ଚନ୍ଦନ ଭାଟି ୧-୦ ଗୋଲରେ ପୁଇଁନ୍ତଲା ମହିଳା ଦଳକୁ ହରାଇ ବିଜୟୀ ହୋଇଥିଲେ । କ୍ରିଡା ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର ଖେଳକୁ ଉଦ୍?ଘାଟନ କରିଥିବା ବେଳେ ଅତିଥି ଭାବରେ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମି ବିଶ୍ୱାଲ, ପୂର୍ବତନ କାର୍ଯ୍ୟକାରୀ ସଭାପତି ରମାକାନ୍ତ ସେଠ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କସ୍ତୁରୀ ରଥ ପ୍ରମୁଖ ଯୋଗ ଦେଇଥିଲେ । ଦ୍ୱିତୀୟ ଖେଳ ମହିଳା ସଇଁନ୍ତଲା ଟ୍ରାଇବ୍ରେକର ୨-୧ ଗୋଲରେ ମହିଳା ଶିବତଲାକୁ ହରାଇ ବିଜୟୀ ହେଲା । ତୃତୀୟ ଖେଳ ମହିଳା ସିହିନି ୨-୦ ଗୋଲରେ ମହିଳା ଚନ୍ଦନଭାଟିକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଖେଳ ଗୁଡିକକୁ ବିକି ବିଶି, ଶ୍ରବଣ ବାଗ, ସଂଜନ କୁଦେଇ, ଜିତୁ ଦଲାଇ, କୃଷ୍ଣମୟୀ ଭଇସାଲ, ମଳୟ ଘିଭେଲା, ଯଶୋବନ୍ତ ମାଝି, ବୈଷ୍ଣବ କବାଟ, ଜଳନ୍ଧର ସାହୁ, ସଂଜିବ ତରିଆ, କରୁଣାକର ପ୍ରଧାନ ଓ ଜିତେନ୍ଦ୍ର ପାତ୍ର ପରିଚାଳନା କରିଥିଲେ ।
୨୩ ତାରିଖ ଶୁକ୍ରବାର ଦିନ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ବିଏନ୍?ଏଏ ଜରାସିଂହା ବନାମ ଅମାମୁଣ୍ଡା ଏଏ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଫାଇନାଲ ମହିଳା ଫୁଟବଲ ଖେଳ ସଇଁନ୍ତଲା ବନାମ ସିହିନି ମଧ୍ୟରେ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ସଂପାଦକ ହେମନ୍ତ ବେହେରା ସୁଚନା ଦେଇଛନ୍ତି ।
