ବାଲା ସାହେବ ଠାକରେଙ୍କ ୯୭ ତମ ଜୟନ୍ତୀ ପାଳିତ
ବାଲେଶ୍ୱର : ଶିବସେନା ବାଲେଶ୍ୱର ଶାଖା ପକ୍ଷରୁ ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ୯୩ ତମ ଜୟନ୍ତୀ ସହରର ନୂଆବଜାରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ସଭାପତି ପଦ୍ମଲୋଚନ ପତି ଅଧ୍ୟକ୍ଷତା କରିବା ସହିତ ବାଲା ସାହେବଙ୍କ ନୀତି ଆଦର୍ଶ ସମ୍ପର୍କରେ ସୂଚନା ଦେଇଥିଲେ । ସାମ୍ପ୍ରତିକ ସ୍ଥିତିରେ ହିନ୍ଦୁ ସମାଜ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ ସହ ହିନ୍ଦୁ ଏକତା ବଜାୟ ରଖିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥଲେ ।
ସମାଜସେବୀ ଅଜୟ କୁମାର ବିଶ୍ୱାଳ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲା ସାହେବଙ୍କ ବିଚାରଧାରା, ଦେଶପ୍ରେମ ଏବଂ ସଂଘର୍ଷମୟ ଦୀର୍ଘ ଜୀବନଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଯୋଗଦେଇ ସନାତନ ଧର୍ମ ରକ୍ଷାରେ ବାଳାସାହେବଙ୍କ ଜୀବନାଦର୍ଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପୂର୍ବରୁ ହୋଇଥିବା ଚିତ୍ରକଳା ପ୍ରତିଯୋଗିତାରେ କୃତୀ ପ୍ରତଯୋଗୀଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥି ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ଞାନ ରଂଜନ ମହାନ୍ତି, ମହେଶ୍ୱର ଗିରି, ଶଶିକାନ୍ତ ଜେନା, ତରୁଣ କୁମାର ଚାଟର୍ଜୀ, ଜ୍ୟୋତିର୍ମୟୀ ଶତପଥୀ, ଭୋଳାନାଥ ପାତ୍ର ଭାନୁମତୀ ଆଚାର୍ଯ୍ୟ, ନୃସିଂହ ଚରଣ ନାୟକ, ମହେଶ୍ୱର ବେହେରା ଓ ନିହାର ରଂଜନ ଗିରିଙ୍କୁ ପ୍ରମୁଖଙ୍କୁ ସଂଗଠନ ପକ୍ଷରୁ ଏଥିରେ ସମ୍ବର୍ଦ୍ଧତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ଆଚାର୍ଯ୍ୟ, ମନୋରଂଜନ ପରିଡ଼ା, ଫୁନା ମହାପାତ୍ର, ଉମେଶ ଚନ୍ଦ୍ର କମିଳା, ସୁଶାନ୍ତ କୁମାର ସ୍ୱାଇଁ, କମଳାକାନ୍ତ ସ, ସୁରେଶ ଚନ୍ଦ୍ର ରଣା, ସନ୍ତୋଷ ସିଂ, ରତ୍ନାକର ସାହୁ ଓ ସୀିାରାଣୀ ଜେନା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ବାଲାସାହେବଙ୍କ ଜନ୍ମ ଦିବନ ପାଳନ ଅବସରରେ ସଂଗଠନ ପକ୍ଷରୁ ସକାଳେ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ସହ ରେଳ ଷ୍ଟେସନଠାରେ ଅସହାୟଙ୍କୁ ଫଳ ବଂଟନ କରାଯାଇଥିଲା ।
