ତୃତୀୟ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା, ଅଧା ବାଟରେ ଅଟକିଲେ ଚତୁର୍ଦ୍ଧାମୂର୍ତ୍ତି
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ତୃତୀୟ ଶ୍ରୀକ୍ଷେତ୍ର ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ବାହୁଡ଼ା ଉଦ୍ଦେଶ୍ୟରେ ଶନିବାର ଗୋଟି ପହଣ୍ଡିରେ ଆସି ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଚଢ଼ି ରଥାରୂଢ଼ ହୋଇଥିଲେ । ରବିବାର ପୂର୍ବାହ୍ନରେ ଠାକୁରଙ୍କ ସମସ୍ତ ରୀତିନିତି ପରେ ବଡ଼ଏକାଦଶୀ ଥିବାରୁ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଏକାଠି ହୋଇଥିଲେ ଜଜାର ହଜାର ଭକ୍ତ । ତାହାକୁ ତୁହା ଲଘୁଚାପ ବର୍ଷାକୁ ଖାତିର୍ ନକରି ଆରାଧ୍ୟ ଦେବତା ଜଗତର ନାଥ କାଳିଆ ସାଆନ୍ତଙ୍କ ପାଦ ପଦ୍ମରେ ଧଣ୍ଡାଟିଏ ଚଢ଼ାଇ ହାତ ଟେକି ନିଜ ନିଜର ଦୁଃଖ କଷ୍ଟ ଭାବର ଠାକୁର କାଳିଆକୁ ସମର୍ପି ଦେଇଥିଲେ, ତ ଆଉ କିଏ ଭାବ ବିହ୍ୱଳ ହୋଇ ଛଳ ଛଳ ଆଖିରେ କାଳିଆ ଶ୍ରୀମୁଖକୁ ଅନାଇଥିଲେ ।


ରବିବାର ହେଉଛି ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ପ୍ରଥମ ଦିନର ବାହୁଡ଼ା ଯାତ୍ରା । ଅପରାହ୍ନରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନି ଦେଇ ଢୋଲ, ମହୁରା, ଶଙ୍ଖ, ହୁଳହୁଳି ପକାଇ ଘଣ୍ଟ ବାଦ୍ୟର ତାଳେ ତାଳେ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ । ଏହି ଅବସରରେ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଭିତରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟକାରରେ ପ୍ରକମ୍ପିତ ହୋଇଥିବା ବଡଦାଣ୍ଡ । ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଓ ଭାରାପ୍ରପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ରଥ ପରିଚାଳନା କରିଥିଲେ । ପ୍ରଦୀପ୍ତ ମିଶ୍ର ଓ ଭରତ ଚନ୍ଦ୍ର ମାହାନ୍ତି ଧରାବିବରଣି ପ୍ରକାଶ କରିଥିଲେ । ପରମ୍ପରା ଅନୁସାରେ ଦୁଇ ଦିନ ଧରି ନୀଳଗିରି ତୃତୀୟ ଶ୍ରୀକ୍ଷେତ୍ରରେ ବାହୁଡାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଭକ୍ତ, ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ମାନେ ଗୁଣ୍ଡିଚା ମନ୍ଦିର ନିକଟରୁ ରଥଟାଣି ବଡଦାଣ୍ଡ ଅଧାରାସ୍ତା ତଥା ସଂଙ୍କରା ଖୁଣ୍ଟା ପୋଖରୀ ସମ୍ମୁଖରେ ପହଞ୍ଚାଇ ଥିଲେ ରଥକୁ । ରଥ ଉପରେ ତିନିଠାକୁର ଗୋଟିଏ ରାତି ରହିବା ପରେ ପୁଣି ସୋମବାର ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ । ନୀଳଗିରି ରଥଯାତ୍ରା ବହୁ ବର୍ଷ ପୂର୍ବରୁ ହୋଇଆସୁଥିବା ବେଳେ ପୁରୀ ଶ୍ରୀମନ୍ଦିର ଭଳି ନୀତିକାନ୍ତି ଅନୁସାରେ ପାଳିତ ହୋଇଆସୁଛି । ମାତ୍ର ପୁରୀରେ ଗୋଟିଏ ଦିନରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା ହୋଇ ଶ୍ରୀମନ୍ଦିର ପହଞ୍ଚିଥିବା ବେଳେ ତୃତୀୟ ଶ୍ରୀକ୍ଷେତ୍ରରେ ତିନି ଦିନ ଧରି ପହଣ୍ଡି ଓ ବାହୁଡ଼ାଯାତ୍ରା ପାଳନ କରାଯିବାର ପରମ୍ପରା ରହିଛି । ବାହୁଡ଼ାଯାତ୍ରାରେ ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ ଓ ଅକ୍ଷୟ ଆଚାର୍ଯ୍ୟ ରଥ ଦଉଡ଼ି ଧରି ରଥ ଟାଣୁଥିବା ବେଳେ ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଉପ-ଜିଲାପାଳ ଦିପ୍ତୀ ରଞ୍ଜନ ସେଠି, ନୀଳଗିରି ଏସ୍ଡିପିଓ ରିତେଶ କୁମାର ମହାପାତ୍ର, ଆଇଆଇସି ନୀଳଗିରି ଗୋପାଳ ଚନ୍ଦ୍ର କର୍ଣ୍ଣ, ତାପସ ପରିଡ଼ା, ସନ୍ତୋଷ ଖଟୁଆ, ଗତିକୃଷ୍ଣ ନନ୍ଦ, ବାପି ଦାସ ପ୍ରମୁଖ ସାମିଲ ଥିଲେ । ବହୁ ସଂଖ୍ୟାରେ ଲୋକ ସ୍ଥାନୀୟ କେସି ହାଇସ୍କୁଲ ପଡ଼ିଆରେ ଚାଲିଥିବା ପ୍ରଦର୍ଶନୀ ମେଳାରେ ଦେଖିବାକୁ ମିଳିଛି ।୍ୱର ଜିଲା ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗରସ୍ଥ ଜଗନ୍ନାଥ ମନ୍ଦିରରେ ରବିବାର ପ୍ରାତଃରୁ ସମସ୍ତ ରୀତିନୀତି ପୂଜାର୍ଚ୍ଚନା ସମାପନ ପରେ ୮ଟା ୩୦ମିନିଟ୍ ସମୟରେ ଶ୍ରୀଜୀଉମାନେ ସୁସଜ୍ଜିତ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ଜଣାପଡ଼ିଛି । ଅନୁରୂପ ଭାବେ ଆଜି ପବିତ୍ର ବାହୁଡ଼ା ଏକାଦଶୀରେ ମନ୍ଦିର ମଧ୍ୟରେ ଶ୍ରୀ ଗଣେଶଜୀ ମହାରାଜ, ଶ୍ରୀ ହନୁମାନଜୀ ମହାରାଜ, ମାତା ଗଜଲକ୍ଷ୍ମୀ, ଶ୍ରୀ କାଶୀ ବିଶ୍ୱନାଥଜୀ ମହାରାଜ ଓ ମାତା ବିମଳା ମଧ୍ୟ ସ୍ୱତନ୍ତ୍ରଭାବେ ସ୍ୱର୍ଣ୍ଣାଳଙ୍କାରରେ ସୁସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିବାବେଳେ ମନ୍ଦିରବେଢ଼ା ହଜାର ହଜାର ଭକ୍ତଙ୍କ ସମାଗମରେ ବେଶ୍ ଉତ୍ସବମୁଖର ହୋଇ ଉଠିଥିବା ଜଣାପଡ଼ିଛି ।
