ୟୁପି ଜେଲରେ ପ୍ରସ୍ତାବିତ ଡ୍ରାଫ୍ଟକୁ ବିରୋଧ କରି ବାହୁବଲୀ ଅତିକ୍ ଅହମ୍ମଦ ସୁପ୍ରିମକୋର୍ଟର ହେଲେ ଦ୍ୱାରସ୍ଥ
ନୂଆଦିଲ୍ଲୀ : ୟୁପିର ବାହୁବଲୀ ଅତିକ୍ ଅହମ୍ମଦ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ଅହମ୍ମଦାବାଦ ଜେଲରୁ ୟୁପି ଜେଲକୁ ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ ୟୁପି ସରକାରଙ୍କ କିଛି ମନ୍ତ୍ରୀଙ୍କ ବିବୃତିରୁ ଜଣାପଡିଛି ଯେ ସେମାନଙ୍କର ମିଛ ଏନକାଉର କରାଯାଇପାରେ ସେଥିପାଇଁ ୟୁପି କେନ୍ଦ୍ରୀୟ ବଳର ସୁରକ୍ଷା ଅଧୀନରେ ଆଣିବା ଉଚିତ୍ । ସୂଚନାଯୋଗ୍ୟ ଯେ ଉମେଶ ପାଲ ହତ୍ୟା ମାମଲାରେ ଉତରପ୍ରଦେଶ ସରକାର ଅତିକ୍ ଅହମ୍ମଦଙ୍କ ଘନିଷ୍ଠ ସମ୍ପର୍କୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅତିକ୍ ଅହମ୍ମଦଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଘରେ ବୁଲଡୋଜର ଚଢାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
