ବାହାନଗା ଟ୍ରେନ ଟ୍ରାଜେଡି ଘଟଣା, ହଟିଲେ ସାଉଥ ଇଷ୍ଟର୍ଣ୍ଣ ଜିଏମ୍
ଭୁବନେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ଟ୍ରେନ ଦୁର୍ଘଟଣାର ପ୍ରାୟ ମାସକ ପରେ ପ୍ରଥମ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ସ୍ବରୂପ ସାଉଥ ଇଷ୍ଟର୍ଣ୍ଣ ରେଲୱେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ହଟାଯାଇଛି। ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ର ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି। ଜୁନ ୨ରେ ବାହାନଗା ବଜାର ରେଳ ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୨୯୨ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାର ତଦନ୍ତ ସିବିଆଇ କରୁଛି।
ସୂଚନା ଯେ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏବେ ସୁଦ୍ଧା ୨୯୩ଜଣଙ୍କ ମୃତ୍ୟୁ ହୋଇସାରିଛି । ବାକି ଶତାଧିକ ଲୋକେ ଆହତ ହୋଇଥିଲେ । ଧୀରେ ଧୀରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ବାକି ଏବେବି ଏମ୍ସ୍ରେ ଅନେକ ମୃତଦେହ ରହିଛି । ଡିଏନ୍ଏ ଟେଷ୍ଟ ହୋଇଛି । ରିପୋର୍ଟ ଆଧାରରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ।
