ବାହାନଗା ଟ୍ରେନ ଟ୍ରାଜେଡି : ଆଉ ୨୯ ମୃତଦେହ ଚିହ୍ନଟ, ଆଜି ସମ୍ପର୍କୀୟଙ୍କୁ ଦିଆଯିବ ମୃତଦେହ
- ମାଗଣାରେ ଶବ ନେବାକୁ ଆମ୍ବୁଲାନ୍ସ ଯୋଗାଇବ ରାଜ୍ୟ ପରିବହନ ବିଭାଗ
ଭୁବନେଶ୍ବର/ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଉ ୨୯ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ରଖାଯାଇଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି। ଚିହ୍ନଟ ମୃତଦେହଗୁଡ଼ିକୁ ଆଜି ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ । ଏହି ଖର୍ଚ୍ଚ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରୁଛନ୍ତି। ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟରୁ ଗୋଟିଏ ମୟୂରଭଞ୍ଜ ଜିଲାର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।
ଏଥିପାଇଁ ମୃତକଙ୍କ ସମ୍ପର୍କୀୟ ଏମ୍ସରେ ପହଞ୍ଚିଛନ୍ତି । ସେହି ମୃତଦେହ ଗୁଡିକୁ ଆଜି ସେମାନଙ୍କ ସମ୍ପର୍କୀୟଙ୍କ ହସ୍ତାନ୍ତର କରାଯିବ । ଏନେଇ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ କହିଛନ୍ତି, ମୃତଦେହକୁ ନିଜ ଗାଁକୁ ପଠାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ମାଗଣାରେ ମୃତଦେହ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରିବାର ଲୋକ ଚାହିଁଲେ ହସ୍ପିଟାଲ ସହ ଯୋଗାଯୋଗ କରି ମାଗଣା ସେବା ପାଇପାରିବେ। କେବଳ ଜିଲ୍ଲାକୁ ନୁହେଁ ଗାଁରେ ଯାଇ ପହଞ୍ଚିବ ମୃତଦେହ। ପୂର୍ବରୁ ମଧ୍ୟ ଏ ବ୍ୟବସ୍ଥା କରାଯାଇଥିଲା।
ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ କହିଛନ୍ତି, ଚିହ୍ନଟ ମୃତଦେହଗୁଡିକୁ ସେମାନଙ୍କ ଗାଁକୁ ପଠାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ମାଗଣାରେ ମୃତଦେହ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
