ବଚ୍ଚପନ କା ପ୍ୟାର ଫେମ୍ ସହଦେବଙ୍କ ନୂଆ ଭିଡିଓ ଭାଇରାଲ, ପସନ୍ଦ କଲେ ୟୁଜର୍ସ
ନୂଆଦିଲ୍ଲୀ: ବର୍ତ୍ତମାନର ଭାଇରାଲ ଯୁଗରେ କ୍ଷଣିକରେ କଣ ଯେ ଘଟିଯିବ ତାହା କେହି ଜାଣନ୍ତି ନାହିଁ। ସୋସିଆଲ ମିଡିଆ କେତେବେଳେ କାହାର ଭାଗ୍ୟ ଚମକାଏ ତ ଆଉ କେତେବେଳେ ଜୀବନକୁ ବର୍ବାଦ କରିଦିଏ। ଏହି ସୋସିଆଲ ମିଡିଆ ପାଇଁ ଆଜି ସହଦେବ ଦିରଦୋ ଜଣେ କୁନି ଷ୍ଟାର ପାଲଟିଛନ୍ତି। ବଚ୍ଚପନ କା ପ୍ୟାର ଗୀତ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କ ଆଉ ଏକ ନୂଆ ଭିଡିଓ ସାମନାକୁ ଆସିଛି।
ବଚ୍ଚପନ କା ପ୍ୟାର ଫେମ୍ ସାହଦେବ ଦିରଦୋଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସହଦେବ ନୋରା ଫତେହିଙ୍କ ଗୀତ ‘ଡ୍ୟାନ୍ସ ମେରୀ ରାନୀ’ ରେ ନାଚୁଥିବାର ନଜର ଆସୁଛନ୍ତି। ଏହି ଭିଡିଓକୁ ଇନଷ୍ଟାଗ୍ରାମର ଭାଇରାଲବୟ_ସହଦେବ ଆଇଡିରେ ପୋଷ୍ଟ କରାଯାଇଛି। ସାତ ଦିନ ତଳେ ପୋଷ୍ଟ ହୋଇଥିବା ଏହି ସର୍ଟ କ୍ଲିପକୁ ଏପର୍ଯ୍ୟନ୍ତ ପ୍ରାୟ ୭୦ ହଜାର ଥର ଦେଖାଯାଇଛି। ୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଭିଡିଓକୁ ଲାଇକ ମଧ୍ୟ କରିଛନ୍ତି।
ଗୋଲାପି ରଙ୍ଗର ଜ୍ୟାକେଟରେ ସହଦେବ, ଗୁରୁ ରାନ୍ଧୱାଙ୍କ ଦ୍ୱାରା ଗାଇଥିବା ନୋରା ଫତେହିଙ୍କ ‘ଡ୍ୟାନ୍ସ ମେରୀ ରାନୀ’ ଗୀତରେ ପ୍ରଥମ ଥର ପାଇଁ ନାଚିଛନ୍ତି। ଯାହାକୁ ୟୁଜର୍ସ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ଅନେକ ଲୋକ ତାଙ୍କୁ କଟାକ୍ଷ କରିବା ସହ ଗୀତର ମଜାକ ଉଡାଉଥିବା ଅଭିଯୋଗ କରିଛନ୍ତି। ଛତିଶଗଡର ଏହି ୧୦ ବର୍ଷର ବାଳକ ସହଦେବ ତାଙ୍କର ଭାଇରାଲ୍ ଗୀତ ବଚ୍ଚପନ୍ କା ପ୍ୟାର୍ ଗାଇ ଇଣ୍ଟରନେଟ୍ ସେନ୍ସେସ୍ ପାଲଟିଥିଲେ। ବାଦଶାହ ଏହାର ରିମିକ୍ସ ଭର୍ସନ ପ୍ରକାଶ କରିଥିଲେ।
