ଜାଗର ଉପଲକ୍ଷେ ବାଦିପାଲା ମହୋତ୍ସବ
କୋଣାର୍କ : ବାବା ଐଶାନେଶ୍ୱରଙ୍କ ପୀଠ ସ୍ଥଳୀରେ ମହା ଶିବରାତ୍ରୀ ଜାଗର ଉପଲକ୍ଷେ ତିନି ଦିନିଆ ୭୧ ତମ ବାଦିପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦୀର ପରିଚାଳନା କମିଟି ତରଫରୁ ଶିବରାତ୍ରି ଠାରୁ ତିନି ରାତି ବ୍ୟାପି ବାଦି ପାଲା ଅୟୋଜନ କରଯାଇଥିଲା । ଗାୟକ ଗୌରବ ରଜନୀକାନ୍ତ ପୃଷ୍ଟି ଓ ଗାୟକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ରାଉତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଓଡ଼ିଶା ଅସ୍ମିତା ଓ ସଂସ୍କୃତିର ପ୍ରତୀକ ପାଲା ପରିବେଷଣ କରିଥିଲେ । ପାଲା ମାଧ୍ୟମରେ ସଂସ୍କୃତି, ପରମ୍ପରା ଓ ଧାର୍ମିକ ଆଚରଣରେ ପରିବର୍ତ୍ତନ ହୋଇଥାଏ । ପାଲା ହିଁ ଏକମାତ୍ର କଳା ଯେ କୌଣସି ଅଶ୍ଳିଳ ଭାଷା କୀ ଆଚରଣକୁ ପ୍ରଶୟ ଦିଏ ନାହିଁ । ତେଣୁ ପାଲା ହିଁ ପ୍ରକୃତ ଓଡ଼ିଆ ଭାଷା, ସାହିତ୍ୟ, ଧର୍ମ ଓ ପରମ୍ପରାର ପ୍ରଚାର ମାଧ୍ୟମ ।
