ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଅଧିକାର ଅଧିନିୟମ ସମ୍ପର୍କିତ ସଚେତନତା କର୍ମଶାଳା
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କର ଅଧିକାର ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦଭାବନା ଓ ସ୍ୱାଭିମାନ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ନରଣପୁର ସ୍ଥିତ ପ୍ରୟାସ ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଅଧିକାର ଅଧିନିୟମ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଏହି କର୍ମଶାଳା କୁ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିବା ପରେ ଅନୁଷ୍ଠାନ ର ଦୀପ୍ତି ପ୍ରକାଶ ମହାରଣା ଅତିଥି ମାନଙ୍କର ପରିଚୟ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ ,ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ଅର୍ଥନୀତି ଅଧ୍ୟାପକ ଏବଂ ଲୋକାଲ ଲେବୁଲ କମିଟି, ନ୍ୟାସନାଲ ଟ୍ରଷ୍ଟ କେନ୍ଦୁଝର ଶ୍ରୀଯୁକ୍ତ ଅମୀୟ ସାମନ୍ତରା , ଲୋକାଲ ଲେବୁଲ କମିଟି ନ୍ୟାସନାଲ ଟ୍ରଷ୍ଟ ,କେନ୍ଦୁଝର ର ଆଇନ ପରାମର୍ଶ ଦାତ୍ରୀ ଆଡଭୋକେଟ ସୁଶ୍ରୀ ଜଗଜ୍ଜିତା ଦାଶ , ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାସ, ସମ୍ପାଦକ ପ୍ରେସ କ୍ଲବ, କେନ୍ଦୁଝର, ଶ୍ରୀଯୁକ୍ତ ବିନୟ ଭୂଷଣ ପଟ୍ଟନାୟକ ,ସଭାପତି ରାଜ୍ୟ ସାମ୍ବାଦିକ ସଂଘ ,କେନ୍ଦୁଝର ଶାଖା ,କେନ୍ଦୁଝର , ସାମ୍ବାଦିକ ଶ୍ରୀଯୁକ୍ତ ଅରୁଣ କୁମାର ମହାନ୍ତ , ସାମ୍ବାଦିକ ଶ୍ରୀଯୁକ୍ତ ବ୍ରଜ କିଶୋର ରାୟ , ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ସଂଗଠନ “ସମର୍ଥ” ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ବାରିକ , ସଦଭାବନା ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ବିଧୁଭୂଷଣ ପଟ୍ଟନାୟକ ଆଦି ଯୋଗ ଦେଇଥିଲେ । ଏତଦ ବ୍ୟତୀତ କର୍ମଶାଳା ର ମୁଖ୍ୟ ଉଦେଶ୍ୟ ଯାହା ପାଇଁ ପ୍ରଦତ ସେହି ଭିନ୍ନକ୍ଷମ ବ୍ୟକ୍ତି ବିଶେଷ,ସେମାନଙ୍କ ଅଭିଭାବକ , ସେମାନଙ୍କ ସେବାରେ ନିୟୋଜିତ ଥିବା ଡାକ୍ତର , ଫିଜିଓଥେରାପିଷ୍ଟ , ନର୍ସ, ସ୍ୱତନ୍ତ୍ର ଶିକ୍ଷକ ,ଅବସର ପ୍ରାପ୍ତ ସରକାରୀ ଅଧିକାରୀ , ସାମ୍ବାଦିକ,ଆଡଭୋକେଟ ତଥା ସମାଜର ବିଭିନ୍ନ ବର୍ଗର ଲୋକ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥିମାନେ ଭିନ୍ନକ୍ଷମ ମାନଙ୍କର ଅଧିକାର ,ଚିହ୍ନଟ ପ୍ରକ୍ରିୟା , ସରକାରୀ / ବେସରକାରୀ କ୍ଷେତ୍ରରେ ସୂଚନା ଦିଆଯାଇଥିବା ଶିକ୍ଷା , ସ୍ୱାସ୍ଥ୍ୟ , ସାମାଜିକ ନିରାପତା , ଦକ୍ଷତା ସମ୍ବଳର ସୃଷ୍ଟି ଏବଂ ସେମାନଙ୍କର ଥଇଥାନ ଉପରେ ଆଲୋକପାତ କରିଥିଲେ । ଏତଦବ୍ୟତୀତ ସମାଜର ପ୍ରତ୍ୟେକ କ୍ଷେତ୍ରରେ ସମ୍ପୁର୍ଣ୍ଣ ଅଂଶ ଗ୍ରହଣ କରିବାର ସହଭାଗୀତା ଏବଂ ଉପଲବ୍ଧ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କର ପ୍ରଚେଷ୍ଟା ର ଆବଶ୍ୟକତା ଉପରେ ସବିଶେଷ ଆଲୋଚନା ହୋଇଥିଲା । ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଗମନାଗମନର ମୌଳିକ ସୁବିଧା ଏବଂ ସାର୍ବଜନୀନ ଡିଜାଇନ ଅନ୍ତର୍ଗତ ସୁଗମ ପ୍ରବେଶ ଯୋଗାଇ ଦେବାର ସୁନିଶ୍ଚିତ କରେଇବା ଏହି କର୍ମଶାଳାର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା । ଭବିଷ୍ୟତ ରେ ଏହାକୁ ଫଳପ୍ରଦ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରତିଶୃତି ଦେଇଥିଲେ ଓ ଭିନ୍ନକ୍ଷମ ମାନେ ସମ୍ମୁଖିନ ହେଉଥିବା ଅଥବା ଅଧିକାର ରୁ ବଂଚିତ ହେଉଥିବା ବିଭିନ୍ନ ଯୋଜନା ରେ କିଭଳି ଭାବରେ ସାମିଲ ହୋଇପାରିବେ ସେ ସମ୍ବନ୍ଧ ରେ ଆଇନ ପରାମର୍ଶ ଦାତ୍ରୀ ସୁଶ୍ରୀ ଜଗଜ୍ଜିତା ଦାଶ ସେମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଆସିଥିବା ଭିନ୍ନକ୍ଷମ ବ୍ୟକ୍ତି ମାନେ କ୍ଷେତ୍ର ସ୍ତର ରେ ସେମାନଙ୍କର ଅଧିକାର ପାଇବାରେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ନିଜର ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକ୍ରମ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ ଏହି କର୍ମଶାଳା କୁ ପରିଚାଳନା କରିଥିଲେ । ପରିଶେଷରେ ଅନୁଷ୍ଠାନର ସୁନିତା ମହାନ୍ତି ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମ ସଦଭାବନା ଓ ପ୍ରୟାସ ର ସମସ୍ତ କର୍ମକର୍ତା ମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା ।
