ଫକୀରମୋହନ ବିଶ୍ୱବିଦ୍ୟାଳୟରେ ନାକ ଆକ୍ରେଡିଟେସନ ବିଷୟରେ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ନାକ ଆକ୍ରେଡିଟେସନ ସମ୍ବନ୍ଧୀୟ ଏକ ଦୁଇଦିନିଆ ସଚେତନତା ଓ ପରାମର୍ଶ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରତିବନ୍ଧିତ ମହାବିଦ୍ୟାଳୟ ସମୂହ ଅଂଶଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ କି ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ମାନଙ୍କର ପରିଚିତି ସୃଷ୍ଟି କରିବାରେ ଏହିପରି ଏକ ଜାତୀୟ ସ୍ତରୀୟ ମୂଲ୍ୟାୟନ ବିଶେଷ ରୂପେ ସହାୟକ ହୋଇଥାଏ । ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡ଼ିକୁ ଏହି ମୂଲ୍ୟାୟନ ପଦ୍ଧତିରେ ସାମିଲ କରିବା ପାଇଁ ପ୍ରୟାସ ଯୋଗ୍ୟ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଏହିପରି ଏକ ମୂଲ୍ୟାୟନ ବ୍ୟବସ୍ଥାର ଉପକାରିତା ସମ୍ପର୍କରେ ଜଣାଇଥିଲେ ଏବଂ ଆତ୍ମବିଶ୍ୱାସର ସହ ଏଥିରେ ଭାଗନେବା ପାଇଁ ସମସ୍ତ ମହାବିଦ୍ୟାଳୟ ଗୁଡ଼ିକୁ ଆହ୍ୱାନ ଦେଇଥିଲେ । ସମ୍ମାନୀୟ ଅତିଥି ଓଡ଼ିଶା ରାଜ୍ୟ ଉଚତ୍ତର ଶିକ୍ଷା ପରିଷଦର ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗ ଦେଇ ଏହିପରି ଏକ ମୂଲ୍ୟାୟନ ବ୍ୟବସ୍ଥାର ବିଭିନ୍ନ ଦିଗ ସମ୍ପର୍କରେ ମହାବିଦ୍ୟାଳୟର ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ନିଜର ଅସ୍ଥିତ୍ୱ ରକ୍ଷା ପାଇଁ ଏହିପରି ଏକ ମୂଲ୍ୟାୟନ ବ୍ୟବସ୍ଥାକୁ ସମସ୍ତ ମହାବିଦ୍ୟାଳୟ ଆପଣେଇ ନେବାର ପ୍ରୟୋଜନ ରହିଛି ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଏହିପରି ଏକ ଅନନ୍ୟ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା ହେତୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ସର୍ବପ୍ରଥେମେ ତାଙ୍କର ଭାଷଣ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟ ଗୁଡ଼ିକର ନାକ ଆକ୍ରେଡିଟସନ ସମ୍ବନ୍ଧୀୟ ତଥ୍ୟ ରଖିଥିଲେ ତଥା ଆଗାମୀ ଦୁଇ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଇଥିଲେ । ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଡ. ସନ୍ତୋଷ ଅଗ୍ରୱାଲ ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟମାନଙ୍କରୁ ଆସିଥିବା ପ୍ରତିନିଧି ବର୍ଗଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମର କର୍ଯ୍ୟପନ୍ଥା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଡ. ନିହାର ରଞ୍ଜନ ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଡ. ରାଜଶ୍ରୀ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
